www.samajalive.in
Monday, December 8, 2025
24.1 C
Bhubaneswar

ଲରମ୍ଭା ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହା ବିଦ୍ୟାଳୟରେ ୫୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଟିଲା ଗଡ ଡି.ଏ.ଭି କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା, କଲେଜ ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ, +୨ ଅଧିକାରୀ ଅମୃତା ସାମନ୍ତ ମଞ୍ଚା ସିନ ରହିଥିଲେ ।
ଏହି ଅବସରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବ୍ରଜ ମୋହନ ପଣ୍ଡା ଓ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ ପୂର୍ବକ ଦ୍ଵୀପ ପ୍ରଜ୍ବଳନ କରାଯାଇ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପୂର୍ବକ ବକ୍ତା ମାନେ ବ୍ରଜ ମୋହନଙ୍କ ଶିକ୍ଷା ପ୍ରୀତି ଓ ଶରତ ଚନ୍ଦ୍ର ପୂଜାରୀଙ୍କ ପ୍ରତିଷ୍ଠିତ ଜୀବନ ବ୍ୟତୀତ ଜନ୍ମାଷ୍ଟମୀ ଦିବସ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଆଧୁନିକ ସଭ୍ୟ କିପରି ଶିକ୍ଷାକୁ ବ୍ୟବସାୟିକ କରଣ କରି ପ୍ରଚାର ପ୍ରସାରରେ ଲାଗିଛି ସେ ଉପରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଦ୍ଵିତୀୟ ପର୍ୟ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ନୃତ୍ୟ ଗୀତର କାର୍ୟ୍ୟକ୍ରମ ମନ ମୁଗ୍ଧକର ହୋଇଥିଲା । ବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଧିକାରୀ, ଛାତ୍ରଛାତ୍ରୀ ସମେତ ପୂର୍ବତନ କର୍ମଚାରୀ, ଜିଲ୍ଲା ପରିଷଦ ସଭ୍ୟ, ସ୍ଥାନୀୟ ଲୋକ ପ୍ରତିନିଧି, ଶିକ୍ଷାବିତ୍, ସାହିତ୍ୟ ପ୍ରେମୀ ପ୍ରମୁଖ ଯୋଗ ଦେଇ ସକ୍ରିୟ ସହଯୋଗ କରିଥିବା ବେଳେ ଓଡ଼ିଆ ବିଭାଗର ଅଧ୍ୟାପିକା ଡଃ ଶାନ୍ତିଲତା ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories