www.samajalive.in
Sunday, December 14, 2025
26.1 C
Bhubaneswar

ବିସ୍ମୟ ବାଳକ ଦକ୍ସିତ ; ମାତ୍ର ୨ବର୍ଷ ୪ମାସ ବୟସରେ ସୃଷ୍ଟି କଲେ ଇଣ୍ଡିଆ ବୁକ ଅଫ ରେକର୍ଡ

ଘଣ୍ଟାପଡା : ବୟସ କିମ୍ୱା ସ୍ଥାନର ମାନେ ନଥାଏ । ଦକ୍ଷତା ଥିଲେ ସବୁକିଛି ସମ୍ଭବ ହୋଇଥାଏ । ଜଣେ କୁନିଶିଶୁ ବିଚକ୍ଷଣ ସ୍ମରଣ ଶକ୍ତି ଯୋଗୁଁ ରଚିଛନ୍ତି ରେକର୍ଡ । ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିପାରିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲତାଜୋର ପଞ୍ଚାୟତ ଅନ୍ତର୍ଗତ ନୁଆଁପାଲି ଗ୍ରାମର ଦେବାନନ୍ଦ ସାହୁ ନିଜ ପୁଅ ଦକ୍ସିତ ସାହୁର ପ୍ରଖର ସ୍ମରଣ ଶକ୍ତି ଥିବାରୁ ଏହି ବିଷୟରେ ଜୁନ ମାସରେ ଇଣ୍ଡିଆ ବୁକ ରେକର୍ଡ ପାଇଁ ଆବେଦନ କରିଥିଲେ । ଇଣ୍ଡିଆ ବୁକ ରେକର୍ଡର ଅଧିକାରୀ ମାନେ ସମସ୍ତ ପ୍ରମାଣ ଯାଞ୍ଚ କଲାପରେ ଜୁଲାଇ ୧୫ ତାରିଖରେ ତାଙ୍କୁ ଚୟନ କରାଯାଇଥିଲା ।
ବର୍ତ୍ତମାନ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ମାନପତ୍ର ମିଳିସାରିଛି । ସୂଚନାଯୋଗ୍ୟ ଯେ ଦିକ୍ସିତ ଇଂରାଜୀରେ ଜାତୀୟ ସଂକେତ, ବର୍ଣ୍ଣମାଳା, ସଂଖ୍ୟା ଗଣନା, ହିନ୍ଦୀ ଓ ଇଂରାଜୀ ରାଇମ, ସଂସ୍କୃତ ଶ୍ଳୋକ, ଇଂରାଜୀରେ ଫଳ, ପନିପରିବା, ପଶୁପକ୍ଷୀଙ୍କ ନାମ, ସାତବାର, ବାରମାସ ଓ ଯାନବାହାନର ନାମ ନିର୍ଭୁଲ ଭାବରେ ଉଚ୍ଚାରଣ କରିପାରୁଥିବାରୁ ତାଙ୍କୁ ସବୁଠୁ କମ ବୟସର ଶିଶୁ ଭାବେ ଚଳିତ ୨୦୨୨ ବର୍ଷ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ମିଳିଛି ।  ଏହି ଖବର ପ୍ରସାରିତ ହେବାପରେ ବିଭିନ୍ନ ସ୍ଥାନରୁ ବହୁମାତ୍ରାରେ ପ୍ରଶଂସାର ସୁଅ ଛୁଟୁଛି । ଦକ୍ସିତଙ୍କ ପିତା ଦେବାନନ୍ଦ ସାହୁ ହିରୋ ମୋଟର୍ସ ସୋରୁମର ମାଲିକ ଓ ମାତା ଶ୍ରୁତି ସାହୁ ଗୃହିଣୀ ଅଟନ୍ତି ଏବଂ ତାଙ୍କ ଜେଜେ ବାପା କରୁଣାକର ସାହୁ ଅନ୍ନପୂର୍ଣ୍ଣା ରାଇସ ମିଲର ମାଲିକ ଓ ଜେଜେ ମାଆ ଡାଳିମ୍ବ ସାହୁ ସମାଜ ସେବୀକା ଅଟନ୍ତି । ଯେତେବେଳେ ଦକ୍ସିତ ଦୁଇବର୍ଷ ବୟସର ହୋଇଥିଲା ସେତେବେଳେ ତାକୁ ଗୋଟିଏ ଥର ଯାହା କହିବ ତାକୁ ମନେ ରଖିପାରୁଥିଲା ଏବଂ ନୁଆଁନୁଆଁ ଜିନିଷ ଜାଣିବା ପ୍ରତି ତାର ଆଗ୍ରହ ପ୍ରକାଶ କରୁଥିଲା ତେଣୁ ଏପରି ଦକ୍ଷତା ଦେଖି ତାକୁ ବିଭିନ୍ନ ଖେଳଣା, ଛବିବହି ଆଦି ଆଣି ଦିଅନ୍ତି । ଦକ୍ସିତକୁ ପାଠ ପଢାଇବାରେ ମାଆ ଓ ଜେଜେ ମାଆଙ୍କ ଭୂମିକା ଅନନ୍ୟ ବୋଲି କହନ୍ତି ତାଙ୍କ ବାପା ଶ୍ରୀସାହୁ । ଦକ୍ସିତ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories