www.samajalive.in
Saturday, December 13, 2025
21.1 C
Bhubaneswar

ଗୁରୁବାର ରାଶିଫଳ ( ୧୮/୦୮/୨୦୨୨)

ମେ​ଷ :​‌ ଚିନ୍ତାଧାରା ଉନ୍ନତମାନର ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ମିଳିପାରେ। ଆୟ ଆଶାନୁରୂପ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭୋଜନ ରୁଚିପୂର୍ଣ୍ଣ ହେବ।

ବୃଷ : ମୂଲ୍ୟହୀନ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ସୁଭାଷୀ ହେବେ। ଆତିଥ୍ୟରେ ଧନ ବ୍ୟୟ ହେବ।

ମିଥୁନ : ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ। କର୍ମଚଞ୍ଚଳ ହେବେ।

କର୍କଟ : ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ବହୁବିଧ ଧନର ଅଧିକାରୀ ହେବେ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହେବେ।

ସିଂହ : କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପ୍ରବଳ ଉଦ୍ୟୋଗୀ ଓ ପରାକ୍ରମୀ ହୋଇପାରନ୍ତି।

କନ୍ୟା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରୋପକାର କରି କ୍ଷତି ସହିବାର ସୂଚନା ମିଳୁଛି। ଶୁଭକାର୍ଯ୍ୟ ସ୍ଥଗିତ ରଖିବେ। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଦାନଧର୍ମରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ତୁଳା : ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ। ଶୁଭକାର୍ଯ୍ୟ କରଣୀୟ। ଆନନ୍ଦ ଉତ୍ସବ ଲାଗି ରହିବ।

ବିଛା : ଶତ୍ରୁତାର ବିନାଶ ଘଟାଇ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିପାରନ୍ତି। ଋଣ ପରିଶୋଧ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ ଜାରି ରଖିବେ।

ଧନୁ : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରଜ୍ଞ ହୋଇପାରନ୍ତି। କର୍ମତତ୍ପର ହେବେ। ପ୍ରଶଂସା ମିଳିବ।

ମକର : ପରିଶ୍ରମ ଯେତେ କଠିନ ହେଉନା କାହିଁକି, ତା’ର ମୂଲ୍ୟ ମିଳିବ। କୃଷି କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠାସନ ଲାଭ କରିପାରନ୍ତି। ସୁସ୍ଥ ରହିବେ। ସୁଖୀ ହେବେ।

କୁମ୍ଭ : କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ପାରିବାରିକ ସୁଖ ମିଳିବ।

ମୀନ : ବ୍ୟବସାୟ ଲାଭଜନକ ହେବ। ବିବିଧ ସୂତ୍ରରୁ ଧନ ଅର୍ଜନ କରିପାରନ୍ତି। ସ୍ବଚ୍ଛ ଓ ନିର୍ମଳ ଚିନ୍ତାଧାରା ନେଇ ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ନୂଆ ବନ୍ଧୁଙ୍କ ସହାୟତା ମିଳିବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories