www.samajalive.in
Sunday, December 14, 2025
23.1 C
Bhubaneswar

ସୂର୍ଯ୍ୟର ଆୟୁଷ ସରିଆସୁଛି

ଜେନେଭା: ସକଳ ଶକ୍ତିର ଆଧାର କୁହାଯାଉଥିବା ସୂର୍ଯ୍ୟର ମୃତ୍ୟୁ ଘଟିବ। ସମ୍ପ୍ରତି ସୂର୍ଯ୍ୟ ମଧ୍ୟ-ବୟସରେ ପହଞ୍ଚିଛି ଏବଂ ଏହାର ବୟସ ପ୍ରାୟ ୪.୫୭ ଲକ୍ଷ କୋଟି ବର୍ଷ ବୋଲି ଆକଳନ କରାଯାଇଛି। ତେବେ ଏହାର ଆୟୁଷ କ୍ରମଶଃ ସରିଆସୁଥିବା କହିଛି ୟୁରୋପୀୟ ମହାକାଶ ସଂସ୍ଥାର ଗାଇଆ ମହାକାଶଯାନ। ଏହି ମହାକାଶ ସଂସ୍ଥା ପକ୍ଷରୁ ହାତକୁ ନିଆଯାଇଥିବା ଷ୍ଟାର ମ୍ୟାପିଂ ଅଭିଯାନରେ ସୂର୍ଯ୍ୟର ଭବିଷ୍ୟତ ଏବଂ ଏହାର ପରିସମାପ୍ତି କିଭଳି ଘଟିବ, ସେ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ତେବେ ଏଥିପାଇଁ ଅନେକ ବର୍ଷ ଆହୁରି ବାକି ଥିବାରୁ ଏହାକୁ ନେଇ କେହି ଚିନ୍ତିତ ନହେବାକୁ ୟୁରୋପୀୟ ମହାକାଶ ସଂସ୍ଥା ପରାମର୍ଶ ଦେଇଛି।

ଏଥିରେ ସୂର୍ଯ୍ୟ ସହିତ ସମାନ ସଂରଚନା ଏବଂ ସାନ୍ଧ୍ରତା ଥିବା ଅନ୍ୟ ତାରକାଗୁଡିକ କିଭଳି ସୌରଜଗତରେ ଉଭା ହେବେ ସେ ସମ୍ପର୍କରେ ମଧ୍ୟ ତଥ୍ୟର ଅବତାରଣା କରାଯାଇଛି। ଏହା କହିଛି, ସୂର୍ଯ୍ୟ ପୃଷ୍ଠଦେଶରେ ଉଦ୍‍ଯାନ ଦହନ ହୋଇ ହିଲିୟମରେ ପରିଣତ ହେଉଛି, ଯଦ୍ଦ୍ବାରା ତାପମାତ୍ରା ବୃଦ୍ଧି ପାଉଛି ଏବଂ ଏହାକୁ ନ୍ୟୁକ୍ଲିୟର ଫ୍ୟୁଜନ ବୋଲି କୁହାଯାଉଛି। ତେବେ ତାପମାତ୍ରା କ୍ରମଶଃ ବୃଦ୍ଧି ସହିତ ସେଠାରେ ଉଦ୍‍ଯାନ ଶେଷ ହୋଇଯିବ। ଉଦ୍‍ଯାନ ସଂଗ୍ରହ ନିମନ୍ତେ ସେଠାରେ ପ୍ରକ୍ରିୟା ଆରମ୍ଭ ହେବାପରେ ସୂର୍ଯ୍ୟର ବାହ୍ୟଭାଗ ପରିବ୍ୟାପ୍ତ ହେବାକୁ ଲାଗିବ। ଫଳରେ ଏହା ପୃଥିବୀକୁ ଗ୍ରାସ କରିବ ଏବଂ ମଙ୍ଗଳ ଗ୍ରହକୁ ମଧ୍ୟ ଗ୍ରାସ କରିପାରେ। ଏହାଦ୍ୱାରା ସୂର୍ଯ୍ୟର ରଙ୍ଗ ଲାଲ ହେବା ସହିତ

- Advertisement -

ବିଶାଳ ଆକାର ଧାରଣ କରିବ ଏବଂ ତାହାର ପୃଷ୍ଠଭାଗର ତାପମାତ୍ରା ହ୍ରାସପାଇବ। ତାହାର କେନ୍ଦ୍ରସ୍ଥଳରୁ ଉଭୟ ଉଦ୍‍ଯାନ ଓ ହିଲିୟମ ଶେଷ ହୋଇଗଲେ ଏହାର ବାହ୍ୟଭାଗରେ ଥିବା ସମସ୍ତ ପଦାର୍ଥ ମହାକାଶକୁ ବିଚ୍ଛୁରିତ କରିବ। ପରେ ତାହାର କେନ୍ଦ୍ର ଭାଗ କ୍ରମଶଃ ଶୀତଳ ହୋଇ ଏକ କ୍ଷୀଣ ଶ୍ୱେତ ରଙ୍ଗର ନକ୍ଷତ୍ରରେ ପରିଣତ ହେବ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories