www.samajalive.in
Saturday, December 13, 2025
26.1 C
Bhubaneswar

ଷଡ଼ଯନ୍ତ୍ର ପଣ୍ଡ: ବୋଲେରୋରେ ବୋମା ଲଗାଇବା ବେଳେ ସିସିଟିଭିରେ କଏଦ ୨ ମୁଖାପିନ୍ଧା ଯୁବକ, ତଦନ୍ତ ଜାରି

ଅମୃତସର: ପଞ୍ଜାବର ଅମୃତସର ସ୍ଥିତ ପୋଶ୍‌ କଲୋନୀ ରଞ୍ଜିତ ଆଭେନ୍ୟୁରେ ମଙ୍ଗଳବାର ସକାଳେ ମୁଖା ପିନ୍ଧିଥିବା ୨ ବାଇକ୍‌ ଆରୋହୀ ଏକ ବୋଲେରୋ ତଳେ ବୋମା ଲଗାଉଥିବା ବେଳେ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛନ୍ତି। ସେହି ବାଟରେ ଯାଉଥିବା ଜଣେ ଯୁବକ ମୁଖାପିନ୍ଧା ଯୁବକମାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରିଥିଲେ। ଦୁହେଁ ବୋଲେରୋ କାର ତଳେ କିଛି ରଖୁଥିବା ମଧ୍ୟ ଯୁବକ ଜଣକ ଦେଖିଥିଲେ। ପରେ ଗାଡ଼ି ମାଲିକଙ୍କୁ ଏନେଇ ସୂଚନା ଦେଇଥିଲେ।

ଗାଡ଼ ମାଲିକ ତୁରନ୍ତ ପୁଲିସକୁ ଏହି ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରିବା ସହ ସମସ୍ତ ଲୋକଙ୍କୁ ସେଠାରୁ ହଟାଇ ଦେଇଥିଲେ। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପରେ ଜଣାପଡିଛି ଯେ, ବାଇକରେ ଆସି ଜଣେ ଯୁବକ ବୋଲେରୋ କାର ତଳେ କିଛି ରଖୁଛନ୍ତି। ଅନ୍ୟପକ୍ଷରେ, ଆଉ ଜଣେ ଯୁବକ ମୋଟରସାଇକେଲକୁ ଆଗରୁ ବୁଲାଇ ପଛକୁ ଆସୁଛନ୍ତି ଏବଂ ବୋମା ଲଗାଇବା ପରେ ଉଭୟ ଯୁବକ ଫେରାର ହୋଇଯାଉଛନ୍ତି। ପୁଲିସ ଉଭୟଙ୍କୁ ଖୋଜିବା ଆରମ୍ଭ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories