www.samajalive.in
Thursday, December 11, 2025
26.1 C
Bhubaneswar

ଗୋବରାରେ ଜୀବନବିନ୍ଦୁ ରକ୍ତଦାନ ଶିବିର

ଗୁରୁଡିଝାଟିଆ:  ବିଜ୍ଞାନର ଅଗ୍ରଗତି ସତ୍ତ୍ବେ ରକ୍ତର ବିକଳ୍ପ ଏବେ ବି ସୃଷ୍ଟି ହୋଇନାହିଁ । ତେଣୁ ରକ୍ତଦାତା ଅନ୍ୟକୁ ରକ୍ତଦାନ କରି ନୂତନ ଜୀବନ ଦେବାରେ ମହନୀୟ ଭୂମିକା ନିଭାଇଥାଏ । ତେଣୁ ସ୍ୱେଚ୍ଛାକୃତ ରକ୍ତଦାତା ସମାଜର ପ୍ରକୃତ ବନ୍ଧୁ ବୋଲି ଗୋବରା ପଞ୍ଚାୟତର ଗୋବରାରେ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଜୀବନବିନ୍ଦୁ ରକ୍ତଦାନ ଶିବିରକୁ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଉଦଘାଟନ କରି ଉପରୋକ୍ତ ମତପ୍ରକାଶ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବିଜୁ ଜନତାଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ରକ୍ତଦାନ ଶିବିର ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ଆଠଗଡ ବିଜୁ ଯୁବ ଛାତ୍ର ଜନତାଦଳର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଦୀପ୍ତିମୟୀ ଥାଟୋଇ, ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆବାହକ ରାକେଶ ଦାସ, ପ୍ରଦୀପ କୁମାର  ଦାସ, ସମିତିସଭ୍ୟା ବସୁମତି ଦିଗି, ଯୁବ ସଂଗଠକ ପ୍ରଭାତ କୁମାର ଥାଟୋଇ, ଗୋବରା ପଞ୍ଚାୟତ ଛାତ୍ର ସଭାପତି ଦିପ୍ତୀରଞ୍ଜନ ବେହେରା, ସମୀର ମିଶ୍ର, ପଞ୍ଚାୟତ ଦଳୀୟ ସଭାପତି ଫକୀର ଚରଣ ନାୟକ, ଶୁରେସ କୁମାର ଥାଟୋଇ, ପ୍ରଶାନ୍ତ କୁମାର ଜେନା, ରାଜକିଶୋର ପ୍ରତିହାରୀ, ରଞ୍ଜନ କୁମାର ମହାନ୍ତି, ପ୍ରୀତିରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ବଡମେଡିକାଲ ରକ୍ତ ଭଣ୍ଡାର ଚିକିତ୍ସକ ଓ କର୍ମଚାରୀମାନେ ରକ୍ତ ସଂଗୃହୀତ କରିଥିଲେ । ମୋଟ ୧୨୧ ୟୁନିଟ ରକ୍ତ ଶିବିରରେ ସଂଗୃହୀତ ହୋଇଥିଲା । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories