www.samajalive.in
Saturday, December 13, 2025
26.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଡରାଉଛି ମହାନଦୀ… ଆସିପାରେ ବଡ଼ ବନ୍ୟା…ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ପାଣି ଘେରରେ ତଳିଆ ଅଞ୍ଚଳ… ବାଙ୍କୀ, ବଡ଼ମ୍ବା, ସମେତ କଟକର କିଛି ତଳିଆ ଅଞ୍ଚଳ ଜଳମଗ୍ନ… ହଜାର ହଜାର ଏକର ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି…

(୨) ବନ୍ୟାପାଣିରେ ଭାସିଗଲା କାର୍‌… ଅଳ୍ପକେ ବର୍ତ୍ତିଲେ ୪ଜଣ ଯାତ୍ରୀ… ଦୀର୍ଘ ୪ଘଣ୍ଟା ଧରି ବନ୍ୟାପାଣିରେ ଫସି ରହିବା ପରେ ସମସ୍ତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ… ପୁରୁଣାକଟକ-ସମ୍ବଲପୁର ରାସ୍ତା​‌ର ନିଧିପୁର ଗଡ଼ାର ଘଟଣା…

- Advertisement -

(୩) ପୁରୀ ଜିଲ୍ଳାରେ ଆସିପାରେ ବନ୍ୟା… ଉଛୁଳୁଛି ଭର୍ଗବୀ ଓ କୁଶଭଦ୍ରା ନଦୀ… ଆତଙ୍କରେ ରହିଛନ୍ତି ନଦୀକୂଳିଆ… ରାତି ସୁଦ୍ଧା ସ୍ଥିତି ହୋଇପାରେ ଜଟିଳ… ନିମାପଡ଼ା ଓ ଗୋପ ବ୍ଲକରେ ପଶିପାରେ ବନ୍ୟାପାଣି… ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପାରେ ୧୦ ପଞ୍ଚାୟତ…

(୪) ଫୁଲୁଛି ନଦୀ ବଢ଼ୁଛି ବିପଦ… ହୀରାକୁଦର ୨୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ… ଜଗତସିଂହପୁର ଜିଲ୍ଳାରେ ବି ସ୍ଥିତି ବେହାଲ… ତଳିଆ ଅଞ୍ଚଳର ୫ଶହରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ.. ସେପଟେ ଯାଜପୁରର କାଣି ନଦୀରେ ୬୦ ଫୁଟର ଘାଇ…

(୫) ୨ ଦିନର ବିରତି ପରେ ପୁଣି ଭିଜିବ ଓଡ଼ିଶା… ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣି ବଳୟ.. ୧୯ ତାରିଖ ବେଳକୁ ହୋଇପାରେ ଆଉ ଏକ ଲଘୁଚାପ… ଆସନ୍ତା ୧୮ ତାରିଖ ବେଳକୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା…

(୬) ଆଜି ବିହାର ମନ୍ତ୍ରୀମଣ୍ଡଳର ହେବ ସଂପ୍ରସାରଣ… ସରକାର ଗଠନର ୬ ଦିନପରେ ମନ୍ତ୍ରୀମଣ୍ଡଳ ଗଠନ କରିବେ ନୀତୀନ… ସକାଳ ସାଢ଼େ ୧୧ଟାରେ ରାଜଭବନରେ ହେବ ଶପଥ ଗ୍ରହଣ ଉତ୍ସବ… ଶପଥ ନେବେ ୩୦ରୁ ଅଧିକ ମନ୍ତ୍ରୀ… ସେପଟେ ଆରଜେଡି ଓ ଜେଡିୟୁକୁ କେତେ ମନ୍ତ୍ରୀ ପଦ ମିଳିବ ତାକୁ ନେଇ ଚାଲିଛି ଚର୍ଚ୍ଚା…

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories