www.samajalive.in
Monday, December 8, 2025
24.1 C
Bhubaneswar

ମହାନଦୀ ଜଳ ବିବାଦ ଟ୍ରାଇବୁନାଲର ପ୍ରଥମ ଶୁଣାଣି ଆଜି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସାମଧାନ ପାଇଁ ଗଠିତ ଟ୍ରାଇବ୍ୟୁନାଲର ପ୍ରଥମ ଶୁଣାଣି ଆଜି ଅନୁଷ୍ଠିତ ହେବ। ସ୍ଥାନୀୟ ଜନପଥ ବିଲଡିଙ୍ଗର ଚତୁର୍ଥ ମହଲା କୋର୍ଟ ରୁମରେ ଶନିବାର ଦିନ ୨ଟାରେ ଟ୍ରାଇବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର କାର୍ଯ୍ୟରତ ବିଚାରପତି ଏ ଏମ ଖାଣ୍ଡିଲକର, ପାଟଣା ହାଇକୋର୍ଟର ବିଚାରପତି ରବି ରଞ୍ଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରଜିତ କୋର କୋଚ୍ଚରଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ପ୍ରାଥମିକ ଶୁଣାଣି ନେଇ ଧାର୍ଯ୍ୟ ହୋଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଜଳ ସଂପଦ ସଚିବ ପ୍ରଦୀପ ଜେନା ଓ ଆଡଭୋକେଟ ଜେନେରାଲ ସୁର୍ଯ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ରହି ପକ୍ଷ ରଖିବାର ସମ୍ଭାବନା ରହିଛି। ସେହିପରି ଛତିଶଗଡ଼ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀ ଓ ଆଡ଼ଭୋକେଟ ଜେନେରାଲ ଯୁଗଳ କିଶୋର ଗିଲଡା ଉପସ୍ଥିତ ରହି ପକ୍ଷ ରଖିବେ।
ଟ୍ରାଇବ୍ୟୁନାଲରେ ମାମଲାର ଶୁଣାଣି ପୂର୍ବରୁ ଉଭୟ ରାଜ୍ୟର ଅଧିକାରୀଙ୍କ ଦଳ ଦିଲ୍ଳୀରେ ଆସି ଡେରା ପକାଇଛନ୍ତି। ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ ଆଇନ-୧୯୫୬ ଅନୁଯାୟୀ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରାଇବ୍ୟୁନାଲର ପ୍ରଥମ ଶୁଣାଣି ପୂର୍ବରୁ ଗତ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଇବ୍ୟୁନାଲରେ ଦସ୍ତାବିଜ ଦାଖଲ କରାଯାଇଥିଲା। ପ୍ରକାଶ ଯେ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ୧୨ରେ ତିନିଜଣିଆ ଟ୍ରାଇବ୍ୟୁନାଲ ଗଠନ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories