www.samajalive.in
Thursday, December 11, 2025
15.1 C
Bhubaneswar

ମହମ୍ମଦ ରଫିଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ସମ୍ବଲପୁରର ଜୱାନ – ଏ – ହିନ୍ଦ କ୍ଲବ ପକ୍ଷରୁ ହିନ୍ଦୀ ସିନେମା ଜଗତର ସ୍ୱନାମଧନ୍ୟ ଗାୟକ ପଦ୍ମଶ୍ରୀ ମହମ୍ମଦ ରଫି ଙ୍କ ସ୍ମୃତିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ରଫି ଗାଇଥିବା ଚିର ସବୁଜ ଗୀତ ତୁମ ମୁଝେ ୟୁଁ ଭୁଲାନା ପାଓଗୋ, କାନ ମେଁ ଝୁମକା, ରାମଜୀ କି ନିକଲୀ ସବାରୀ, କ୍ୟା ହୁଆ ତେରା ୱାଦା, ବାର ବାର ଦେଖୋ ହଜାର ବାର ଦେଖୋ ଆଦି ଗୀତ ଗୁଡିକୁ ସ୍ଥାନୀୟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ବାରିକ, ବିଭୁତି ଭୂଷଣ ଦାଶ, ତ୍ରିଲୋଚନ ତ୍ରିପାଠୀ, ସମୀର ଦାଶ, ଶ୍ରୀସୋମ ପାଢ଼ୀ, ଟି.ଏସ. ମନୀ, ରେମଣ୍ଡ ଲୋ, ମୁନୁ ସିଂଦେଓ, ଶ୍ରୀନୁ ଦାଶ, ମହମ୍ମଦ ରେହେବର, ମାସୁଦ ଖାନ, ମହମ୍ମଦ ଇକବାଲ, ପ୍ରିତିନନ୍ଦା ମିଶ୍ର, ଶୁଭଶ୍ରୀ ବିଶ୍ୱାଳ, ସୁଶ୍ରିତା ପାଣିଗ୍ରାହୀ, ସ୍ମୃତି ମିଶ୍ର, ପ୍ରତିମା ସାହୁ ପ୍ରମୁଖ ଗୀତ ଗାଇ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବାଦ୍ୟ ଯନ୍ତ୍ରରେ ଦେବାଶିଷ ପାଢ଼ୀ, ସୁବାଷ ଭୋଇ, ସିଲୁ ସିଂଦେଓ, ସରୋଜ ମହାନ୍ତି ଓ ମହମ୍ମଦ ଆସିଫ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ବଲପୁର ସିଟି କ୍ଲବର ସଭାପତି ମହମ୍ମଦ ଜଲିଲ, ସମ୍ପାଦକ ମହମ୍ମଦ ୟୁସୁଫ, ବ୍ରଜ ମହାନ୍ତି, ବୁଲୁ ବିଶ୍ୱାଳ, ସୁବାଷ ଅଗ୍ରୱାଲ, ଗୁଲାମ କାଦୀର, ଅରୁଣ ଦାସ, ଦିଲିପ ପାଢ଼ୀ, ସମୀମ ଅଖତର, ମହମ୍ମଦ ସନାଉଲ୍ଲା, ଟୁକୁ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ। ଅବଦୁଲ ଅଜିଜ ଙ୍କ ସଭାପତିତ୍ୱରେ ଆୟୋଜିତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷରେ କ୍ଲବର ସମ୍ପାଦକ ମହମ୍ମଦ ଇସାକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories