www.samajalive.in
Monday, December 8, 2025
24.1 C
Bhubaneswar

ନବ ଦମ୍ପତିଙ୍କୁ ପରିବାର ନିୟୋଜନ ଉପହାର କିଟ୍‌

ଭୁବନେଶ୍ବର : ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ନିୟୋଜନ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଯୁବଦମ୍ପତି, ବିଶେଷକରି ନବବିବାହିତଙ୍କୁ ଏଦିଗରେ ପ୍ରୋତ୍ସାହିତ କରିବା ତଥା ପ୍ରବର୍ତ୍ତାଇବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନଏଚଏମ୍‌) ପକ୍ଷରୁ ‘ନୟୀ ପହଲ୍‌ ସ୍କିମ୍‌’ ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ଅନ୍ତର୍ଗତ ନବ ବିବାହିତଙ୍କୁ ମାଗଣା ସ୍ବାସ୍ଥ୍ୟ ଉପହାର କିଟ୍‌ ପ୍ରଦାନ କରାଯିବ। ଏଥିରେ ଗର୍ଭ ନିରୋଧକ(କଣ୍ଡୋମ୍‌), ଗର୍ଭନିରୋଧକ ବଟିକା(ଓରାଲ୍‌ କଣ୍ଟ୍ରାସେପ୍‌ଟିକ୍‌ ପିଲ୍‌), ଗର୍ଭ ପରୀକ୍ଷା(ପ୍ରେଗନେନ୍ସି ଟେଷ୍ଟିଂ) କିଟ୍‌ ସହ ପରିବାର ନିୟୋଜନ ସମ୍ପର୍କରେ ସୂଚନା ପୁସ୍ତିକା ରହିବ। ଏଥିସହ ବିବାହ ପଞ୍ଜୀକରଣ ଆବେଦନପତ୍ର, ଟାୱେଲ, ଆଇନା, ବିନ୍ଦି, ନେଲ୍‌କଟର, ପାନିଆ ଆଦି କିଛି ଜିନିଷ ମଧ୍ୟ ରଖାଯିବ। ଆସନ୍ତା ସେପ୍ଟେମ୍ବରରୁ ଓଡ଼ିଶାରେ ଏହି ଯୋଜନା ଲାଗୁ ହେବ। ତେବେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଜିଲା ଓ ବ୍ଲକ ସ୍ତରରେ ଆଶାକର୍ମୀମାନେ ଏହି କିଟ୍‌କୁ ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି ବୋଲି ରାଜ୍ୟ ପରିବାର ନିୟୋଜନ ନିର୍ଦେଶକ ଡ. ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ନବଦମ୍ପତି ମାନଙ୍କୁ ପରିବାର ନିୟୋଜନ ପାଇଁ ଆଶା କର୍ମୀ ପ୍ରୋତ୍ସାହିତ କରିବେ। ପରିବାର ନିୟୋଜନ ଲାଗି କିଭଳି ସେମାନେ ସୁରକ୍ଷିତ ପଦ୍ଧତି ଗ୍ରହଣ କରିବେ ସେ ଦିଗରେ ଆଶାକର୍ମୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ। ସେମାନେ ଏଥିନେଇ ସୁନିଶ୍ଚିତ କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଉପହାର କିଟ୍‌ ନବଦମ୍ପତିଙ୍କୁ ଦିଆଯିବ। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଥିବା ଏନ୍‌ଏଚଏମ୍‌ ରାଜ୍ୟ ନିର୍ଦେଶକ ଶାଳିନୀ ପଣ୍ଡିତ କହିଛନ୍ତି। ଓଡ଼ିଶାରେ ମୋଟ ଗର୍ଭଧାରଣ ହାର (ଟିଏଫଆର) କମ୍‌ ରହିଥିବା ସତ୍ତ୍ବେ ଓଡ଼ିଶା ପ୍ରଥମେ ଏହି ସ୍କିମ୍‌କୁ କାର୍ଯ୍ୟକାରୀ କରିବ ବୋଲି ସେ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories