www.samajalive.in
Tuesday, December 9, 2025
17.1 C
Bhubaneswar

ଦେଶର ୭୫ଟି ଜେଲରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ :  ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯାଉଛି । ଶ୍ରୀ ଅରବିନ୍ଦଙ୍କ ସ୍ମରଣରେ ଅଗଷ୍ଟ ୧୫ ତାରିଖ ମଧ୍ୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜେଲଗୁଡ଼ିକରେ ଏହି କାର୍ଯ୍ୟକ୍ରମ ହେଉଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଏବଂ ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ ଓ ଆଦର୍ଶ ଆଧାରରେ ଜେଲର ଅନ୍ତେବାସୀମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯିବା ଉଦେଶ୍ୟ ରଖାଯାଇଛି ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ଯେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କର ଜୀବନରେ ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନ ଆତ୍ମ ଚିନ୍ତନ ଓ ଅନୁଭବ ମାଧ୍ୟମରେ ଘଟିପାରିବ । ସେମାନଙ୍କ ଜୀବନରେ ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ଏକ ନୂଆ ଅନୁଭବ ଓ ପରିବର୍ତ୍ତନ ଆଣି ନୂଆ ଜୀବନ ଆରମ୍ଭ ପାଇଁ ମାର୍ଗଦର୍ଶନ କରିବ ।

ଦେଶର ଆଧ୍ୟାତ୍ମିକ ଗୁରୁମାନଙ୍କ ସହଯୋଗରେ ସଂସ୍କୃତ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମ ସମ୍ପାଦନା କରିବ। ଦେଶର ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଦେଶର ୭୫ଟି ଜେଲକୁ ଏହି କାର୍ଯ୍ୟକ୍ରମ ପାଇଁ ଚିହ୍ନଟ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ରାମକୃଷ୍ଣ ମିଶନ, ପତଞ୍ଜଳୀ, ଆର୍ଟ ଅଫ ଲିଭିଙ୍ଗ, ଈଶା ଫାଉଣ୍ଡେସନ ଏବଂ ସତସଙ୍ଗ ଫାଉଣ୍ଡେସନ ସହିତ ଯୋଗାଯୋଗ କରାଯାଇଛି । ଦେଶର ୨୩ଟି ରାଜ୍ୟରେ ଯୋଗ, ଧ୍ୟାନ ଏବଂ ଶ୍ରୀ ଅରବିନ୍ଦଙ୍କ ନୈତକି ବାଣୀ ଜେଲର ଅନ୍ତେବାସୀମାନଙ୍କୁ ଶିକ୍ଷା ଦିଆଯିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories