www.samajalive.in
Wednesday, December 10, 2025
16.1 C
Bhubaneswar

‘ମି ଠୁ’ ଅଭିଯାନ ମାମଲାଗୁଡ଼ିକର ତଦନ୍ତ କରିବେ ସରକାର, ଗଠନ ହେବ ଅବସରପ୍ରାପ୍ତ ବିଚାରପତିଙ୍କ କମିଟି

ନୂଆଦିଲ୍ଲୀ : ଯୌନ ଶୋଷଣ ବିରୋଧରେ ‘ମି ଠୁ’ ଅଭିଯାନରେ ସାମ୍ନାକୁ ଆସିଥିବା ଅଭିଯୋଗ ଓ ମାମଲା ଗୁଡ଼ିକର ତଦନ୍ତ ପାଇଁ କେନ୍ଦ୍ର ସରକାର ଖୁବ୍‍ଶୀଘ୍ର ୪ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବେ। ଶୁକ୍ରବାର କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଏହି ସୂଚନା ଦେଇଛନ୍ତି। ମେନକା କହିଛନ୍ତି ଯେ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି। ଖୁବଶୀଘ୍ର ସେ କମିଟି ଗଠନର ପ୍ରସ୍ତାବ ମନ୍ତ୍ରିମଣ୍ଡଳ ଆଗରେ ରଖିବେ। ତେବେ ଏହି କମିଟିର ଅଧ୍ୟକ୍ଷତା କିଏ କରିବେ ଓ କେଉଁମାନେ ସଦସ୍ୟ ରହିବେ ତାହା ମେନକା ପ୍ରକାଶ କରିନାହାନ୍ତି।
ଉଲ୍ଲେଖ ଯେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ସାମ୍ବାଦିକ ଏମ୍‍.ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏବେ ଏମ୍‍.ଜେ ଆକବର ନାଇଜେରିଆରେ ଅଛନ୍ତି। ରବିବାର ଦିନ ସେ ଭାରତକୁ ଫେରିବେ। ଏଭଳି ସମୟରେ ମେନକା ଗାନ୍ଧି ଜନଶୁଣାଣି ପାଇଁ କମିଟି ଗଠନ କରିବାକୁ କହିଛନ୍ତି। ମେନକା କହିଛନ୍ତି ଯେ ଜଣେ ମହିଳା ଭାବେ ସେ ପୀଡ଼ିତାଙ୍କ ଅଭିଯୋଗ ଓ ଯନ୍ତ୍ରଣା ଅନୁଭବ କରିପାରୁଛନ୍ତି। ୨୦୧୩ କାର୍ଯ୍ୟାସ୍ଥାନରେ ଯୌନ ନିର୍ଯାତନା ନିରୋଧୀ ଆଇନ୍‍ ଅନୁସାରେ ଏହି ମାମଲା ଗୁଡ଼ିକର ତଦନ୍ତ ହେବ ବୋଲି ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories