www.samajalive.in
Sunday, December 14, 2025
26.1 C
Bhubaneswar

ବିଶେଷଜ୍ଞଙ୍କ ମତ : ବର୍ଷାଦିନେ ଏପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ପାଗରେ ପରିବର୍ତ୍ତନ ସହ ବର୍ଷା ଲାଗି ରହିଲେ ଅଧିକ ରୋଗ ହେବାର ସମ୍ଭାବନା ରହିଥାଏ। ବିଶେଷ କରି ବର୍ଷା ଦିନେ ଥଣ୍ଡା,ଜ୍ୱର,କାଶ ଓ ବାହାରର ଖାଦ୍ୟ ଖାଇବା କାରଣରୁ ଅନେକ ରୋଗ ହୋଇଥାଏ। ଏହି ଦିନେ ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ ସହଜରେ ସଭିଏଁ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ତେବେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ,ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ମଜଭୂତ ପାଇଁ ନିଜ ଖାଦ୍ୟ-ପେୟ,ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଦିନେ କିଭଳି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ଜାଣନ୍ତୁ..
ବିଶେଷ କରି ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନେ ଖୁବ ଶୀଘ୍ର ଥଣ୍ଡା,ଜ୍ୱର,କାଶ ଆଦିରେ ଆକ୍ରାନ୍ତ ହୋଇଥାଆନ୍ତି। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜଭୂତ କରିବା ପାଇଁ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ ସିରେ ଭରପୁର ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ମହୁ, ତୁଳସୀପତ୍ର, ବାଦାମ ଆଦିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ବ୍ୟତୀତ ଅଁଳା, ଘିକୁଆଁରୀ, ଲେମ୍ବୁ ଆଦିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ଏହାସହ ଖାଦ୍ୟ ପ୍ରସ୍ତୁତି ଓ ସେବନ ସମୟରେ ସର୍ବଦା ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସତେଜ ପନିପରିବା ସହ ଭୋଜନ ପୂର୍ବରୁ ହାତ ନିଶ୍ଚୟ ଧୁଅନ୍ତୁ। ଶୁଦ୍ଧ ପାନୀୟ ଜଳର ବ୍ୟବହାର କରନ୍ତୁ। ଏହା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।
ଏହି ଦିନରେ ବାହାରେ, ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ। ଏହାସହ ନିୟମିତ କିଛି ପରିମାଣରେ ହଳଦୀର ସେବନ କରନ୍ତୁ। ନିୟମିତ ହଳଦୀର ସେବନ କରିବା ଦ୍ୱାରା ସହଜରେ ଥଣ୍ଡା ,ଜ୍ୱରରେ ଆକ୍ରାନ୍ତ ହୋଇନଥାଆନ୍ତି। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ପ୍ରଚୁର ଥିବାରୁ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।
ସବୁବେଳେ ସତେଜ ଖାଦ୍ୟ ଖାଆନ୍ତୁ। ନଚେତ୍‍ ପ୍ରସ୍ତୁତ ଖାଦ୍ୟକୁ ଗରମ କରି ଖାଆନ୍ତୁ। ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ। ବାସି ଖାଦ୍ୟ ସେବନରୁ ଦୂରେଇ ରୁହନ୍ତୁ। ଶୁଦ୍ଧ ପାଣି ପିଇବା ସହ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ଭଲ ପାଣିର ବ୍ୟବହାର କରନ୍ତୁ। ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।

 

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories