www.samajalive.in
Saturday, December 6, 2025
26.1 C
Bhubaneswar

ମୂଲ୍ୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଜଭବନ ଘେରାଉ, ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଡେସ୍କ: ମୂଲ୍ୟ ବୃଦ୍ଧି ଓ ଜିଏସଟି ନେଇ ଆଜି କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି। ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ସହ ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ଉପରେ ଦ୍ରବ୍ୟ ଓ ସେବା କର ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଉଛି।

କଂଗ୍ରେସ ନେତା ଓ କର୍ମୀମାନେ ଶୋଭାଯାତ୍ରା ଜରିଆରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା ଫଳରେ ପୁଲିସ ଓ କଂଗ୍ରେସକର୍ମୀଙ୍କ ମଧ୍ୟରେ ସାମାନ୍ୟ ଧସ୍ତା ଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀକୁ ପୁଲିସ ଅଟକ ରଖିଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories