www.samajalive.in
Saturday, December 13, 2025
17.1 C
Bhubaneswar

ନବୀନଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : ନୀତି ଆୟୋଗ ବୈଠକ ଆସନ୍ତା ୭ ତାରିଖରେ ବସିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ଏହି ୭ମ ପରିଷଦ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଠାରୁ ୩ ଦିନିଆ (୬ରୁ ୮ ତାରିଖ) ଦିଲ୍ଲୀଗସ୍ତରେ ଯିବେ। ଏହି ବୈଠକରେ ଓଡ଼ିଶା ପୁଣିଥରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଦୋହରାଇବ। ବଙ୍ଗୋପ ସାଗରର ତଟୀୟ ଅଞ୍ଚଳରେ ଥିବା ଓଡ଼ିଶା ସର୍ବାଧିକ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ଦୀର୍ଘ ୨ ଦଶନ୍ଧି ଧରି ଦାବି କରିଆସୁଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହେବା ପରଠାରୁ ଓଡ଼ିଶା ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି କରିଆସୁଛି। ଏଥର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫୋକସ୍‌ ଷ୍ଟେଟ୍‌ ସହିତ ରାଜ୍ୟରେ ରେଳ ସାନ୍ଧ୍ରତା ବୃଦ୍ଧି, କୋଇଲା ଓ ଖଣିଜ ସମ୍ପଦରେ ରାଜଭାଗ ବଢାଇବା, ଦୁର୍ଗମ ଅଞ୍ଚଳରେ ଅଧିକରୁ ଅଧିକ ମୋବାଇଲ ଟାୱାର ନିର୍ମାଣ ସହ ଇଣ୍ଟରନେଟ୍‌ ସଂଯୋଗ ଏବଂ ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ଏକାଧିକ ଦାବି ଦୋହରାଇବେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ନିତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ସମସ୍ୟା ସହ ଭିତ୍ତିଭୂମି ନିର୍ମାଣ ଲାଗି ରହିଥିବା ଆବଶ୍ୟକତା ସଂପର୍କରେ କେନ୍ଦ୍ରକୁ ଅବଗତ କରାଇବା ସହିତ ଅଧିକ ପାଣ୍ଠି ଦେବାକୁ ଦାବି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କ ଦାବି ଅନୁଯାୟୀ, ନୀତି ଆୟୋଗ ଜରିଆରେ ପାଣ୍ଠି ପ୍ରଦାନ ଲାଗି କେନ୍ଦ୍ରକୁ ସୁପାରିସ କରିବା ସହ ଯୋଜନା ପ୍ରସ୍ତୁତ କରିଥାନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories