www.samajalive.in
Sunday, December 14, 2025
23.1 C
Bhubaneswar

ହ୍ବାଟ୍ସଆପ୍‌ ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମିଳିବ ନୂଆ କ୍ଷମତା; ମିଥ୍ୟା ଖବର ରୋକିବାକୁ ଆସୁଛି ନୂଆ ଫିଚର୍

ହ୍ବାଟ୍ସଆପ୍‌ ଗ୍ରୁପ୍‌ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଉତ୍ତମ ଫିଚର୍‌। ଏହି ଗ୍ରୁପ୍‌ମାନଙ୍କରେ ଏକସଙ୍ଗେ ଅନେକ ୟୁଜରଙ୍କ ସହ ବର୍ତ୍ତାଠାରୁ ଆରମ୍ଭ କରି ଫଟୋ, ଭିଡିଓ, ଡକୁମେଣ୍ଟ୍ସ ଆଦି ଶେୟାର କରାଯାଇପାରେ। କିନ୍ତୁ ଅନେକଥର ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଆସୁଥିବା ମେସେଜ୍‌ ସମସ୍ୟାର କାରଣ ହୋଇଥାଏ। ବେଳେବେଳେ ଏକ ସାଧାରଣ ଭୁଲ ସୂଚନା ହ୍ବାଟ୍ସଆପ୍‌ ଫରୱାର୍ଡ ମେସେଜ୍ ଆକାରରେ ବ୍ୟାପିଥାଏ ଏବଂ ଏହାର ପରିଣାମ ବହୁତ ଖରାପ ହୋଇଥାଏ। ତେବେ ସୂଚନା ମିଳିଛି ଯେ, ହ୍ବାଟ୍ସଆପ୍‌ର ଏହି ଫରୱାର୍ଡ ମେସେଜ୍‌ ସହ ମୁକାବିଲା କରିବା ପାଇଁ ଫେସ୍‌ବୁକ୍‌ର ଏହି ତତକ୍ଷଣାତ୍ ମେସେଜିଂ ସେବା ନୂତନ ଫିଚର୍‌ ଆଣିପାରେ।

ଅବାଞ୍ଛିତ ଏବଂ ନକଲି ତଥା ମିଥ୍ୟା ବାର୍ତ୍ତାକୁ ରୋକିବା ପାଇଁ ହ୍ବାଟ୍ସଆପ୍‌ ଗ୍ରୁପ୍‌ର ଆଡ଼୍‌ମିନ୍‌ଙ୍କୁ ଏଣିକି ନୂଆ କ୍ଷମତା ଦେବାକୁ ପ୍ରସ୍ତୁତି ଚାଲିଛି। ହ୍ବାଟ୍ସଆପ୍‌ର ଏହି ଆଗାମୀ ଫିଚର୍‌କୁ ହ୍ବାଟ୍ସଆପ୍‌ ବିଟା ଭର୍ସନ ଭି୨.୨୨.୧୭.୧୨ରେ ଦେଖାଯାଇଛି। ହ୍ବାଟ୍ସଆପ୍‌ ସହ ଜଡ଼ିତ ସୂଚନା ଟ୍ରାକ୍‌ କରୁଥିବା WABetaInfo ଏହି ଫିଚରକୁ ଦେଖିଛି। ଖୁବଶୀଘ୍ର ଏହାକୁ ଷ୍ଟେବଲ ଭର୍ସନରେ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି Admin-deleted messages ସହ ଦେଖାଯିବ ଯେ ଆଡ୍‌ମିନ୍‌ ମେସେଜ୍‌ ଡିଲିଟ୍‌ କରିଦେଇଛନ୍ତି।

- Advertisement -

ନୂଆ ହ୍ବାଟ୍ସଆପ୍‌ ଫିଚର ଜରିଆରେ ଗ୍ରୁପ୍‌ ଆଡ୍‌ମିନ୍‌ ଗ୍ରୁପରେ ଆସୁଥିବା ଯେକୌଣସି ମେସେଜକୁ ସମସ୍ତ ୟୁଜରଙ୍କ ପାଇଁ ଡିଲିଟ୍‌ କରିପାରିବେ। ଏବେ ଆଡ୍‌ମିନ୍‌ କେବଳ ନିଜ ପାଇଁ ହିଁ ମେସେଜ୍‌ ଡିଲିଟ୍‌ କରି ପାରୁଛନ୍ତି। ବର୍ତ୍ତମାନ ଆଡ୍‌ମିନ୍‌ ଓ ଗ୍ରୁପ୍‌ ସଦସ୍ୟ କେବଳ ସେହି ମେସେଜକୁ ଡିଲିଟ୍‌ କରିପାରୁଛନ୍ତି, ଯେଉଁ ମେସେଜ୍‌କୁ ସେମାନେ ନିଜେ ପଠାଇଥିବେ। ଏହି କାରଣରୁ ଅନେକ ଥର ଗ୍ରୁପ୍‌ରେ ଆସୁଥିବା କୌଣସି ଆପତ୍ତିଜନକ ବାର୍ତ୍ତା ସମସ୍ତଙ୍କୁ ଦୃଶ୍ୟମାନ ହୋଇଥାଏ।

ସୂଚନାଯୋଗ୍ୟ, ହ୍ବାଟ୍ସଆପ୍‌ରେ ରାଜନୀତିଠାରୁ ଆରମ୍ଭ କରି କୋଭିଡ଼୍‌-୧୯ ପର୍ଯ୍ୟନ୍ତ ବିଷୟ ଉପରେ ଲଗାତର ମିଥ୍ୟା ଖବର ବୃଦ୍ଧି ପାଉଛି। ହ୍ବାଟ୍ସଆପ୍‌ ଫରୱାର୍ଡ ମେସେଜ୍‌ ମାଧ୍ୟମରେ ଏହି ଭୁଲ୍‌ ସୂଚନା ଅନେକ ୟୁଜରଙ୍କ ପାଖରେ ପହଞ୍ଚୁଛି। ଏବେ ନୂଆ ଫିଚର ଆସିବା ପରେ କୌଣସି ଭୁଲ୍‌ ସୂଚନା, ମେସେଜ୍‌ ହେଉ କିମ୍ବା ଫଟୋ-ଭିଡିଓ, ଏସବୁକୁ ରୋକିବାକୁ ଆଡ଼୍‌ମିନ୍‌ ଡିଲିଟ୍‌ କରିପାରିବେ।

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories