www.samajalive.in
Saturday, December 13, 2025
26.1 C
Bhubaneswar

‘ହର ଘର ତ୍ରିରଙ୍ଗା’ ଅଭିଯାନ ଶୁଭାରମ୍ଭ

ବୌଦ୍ଧ : ଆଜାଦୀକା ଅମୃତ ମହୋତ୍ସବ , ଆଗାମୀ ସ୍ୱାଧୀନତା ଦିବସ ଉତ୍ସବକୁ ଦେଶବ୍ୟାପୀ ମହାସମାରୋହରେ ପାଳନ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷିରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇ ଦେଶର ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ସନ୍ଦେଶ ଦିଆଯାଇଛି। ବୁଧବାର ବୌଦ୍ଧ ମୁଖ୍ୟ ଡାକଘର ସମ୍ମୁଖରେ ଜିଲା ବିଜେପି ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି।
ଆଜିଠାରୁ ଜିଲାର ପ୍ରତ୍ୟେକ ଡାକଘରେ ତ୍ରିରଙ୍ଗା ପତାକା ୨୫ ଟଙ୍କା ଦେଇ ଗୋଟିଏ ପତାକା କିଣିପାରିବେ। ସମସ୍ତ ବ୍ୟକ୍ତିବିଶେଷ ଏହି ତ୍ରିରଙ୍ଗା ପତାକା କିଣି ଆସନ୍ତା ୧୩ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘର ସମ୍ମୁଖରେ କିମ୍ବା ଛାତ ଉପରେ ଓ କାର୍ଯ୍ୟାଳୟମାନଙ୍କରେ ଉଡାଇପାରିବେ। ତେଣୁ ବହୁ ସଂଖ୍ୟାରେ ଜିଲାବାସୀ ଏହି ଅଭିଯାନରେ ସାମିଲ ହୋଇ ୭୫ ତମ ସ୍ୱାଧୀନତା ଦିବସ ପାଳନକୁ ସ୍ମରଣୀୟ କରିବା ସହିତ ଦେଶପ୍ରେମରେ ରହି ଜିଲା ବିଜେପି ପକ୍ଷରୁ ନିବେଦନ କରାଯାଇଛି। ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଡାକଘର ଡାକପାଳ କାଳିପ୍ରସନ୍ନ ହୋତା, ଅନ୍ୟତମ ଅତିଥି ଭାବରେ ଡାକଘର କର୍ମଚାରୀ ଜୟନ୍ତ ସାହୁ,ମାନସ ସାହୁ,ଶୋଭାରାମ ଖେଡିଆ,ନମିତା ମିଶ୍ରଙ୍କ ସମେତ ଜିଲା ବିଜେପି ମୁଖପାତ୍ର ପ୍ରେମାନନ୍ଦ ମିଶ୍ର,ସହ ସଂଯୋଜକ ତାପସ କୁମାର ପଟ୍ଟନାୟକ ଓ ବ୍ୟୋମକେଶ ମହାପାତ୍ର, ନିରଞ୍ଜନ ଦାନୀ,ରାଜ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories