www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧ ଆକାଶରେ ହଜିଗଲା ବର୍ଷା,ଚାଷୀକୁ ଘାରିଛି ମରୁଡି ଚିନ୍ତା

ବୌଦ୍ଧ : ବୌଦ୍ଧଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଚଳିଥାନ୍ତି। ଚାଷ ହେଉଛି ଜିଲ୍ଲାବାସୀଙ୍କ ମୁଖ୍ୟପେସା। ଶିଳ୍ପ ବିହିନ ବୌଦ୍ଧଜିଲ୍ଲାରେ ଚାଷୀ ଧାନ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ କରି ଦି ପଇସା ରୋଜଗାର କରି ପରିବାର ଚଳାଇଥାନ୍ତି। ଜିଲ୍ଲାର ଚାଷୀମାନେ ଚାଷ ପାଇଁ ସାଧାରଣତଃ ମୈାସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି। ହେଲେ ଚଳିତ ବର୍ଷା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ପଛାଉଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛି। ଜିଲ୍ଲାରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ତଳିପକା, ରୁଆ, ବିଡା କାମ ପଛାଉଛି। ଯେଉଁ ଜମିରେ କିଛି ପାଣି ଥିଲା ତାହାମଧ୍ୟ ସୁଖିଗଲାଣି।
ଅନ୍ୟପକ୍ଷେରେ ଧାନ ରୋଇବା ପାଇଁ କାଦୁଅ କରିବାକୁ ଆବଶ୍ୟକ ପାଣିର ଅଭାବ ଦେଖିବାକୁ ମିଳୁଛି। ସେପଟେ ଚାଷ ପାଇଁ କୃଷି ଶ୍ରମିକଙ୍କ ଅଭାବ ଦେଖାଦେଇଛି। ଜିଲ୍ଲାରେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ରହିଛି ହେଲେ ଜମିକୁ ପାଣି ପଂହଚି ପାରୁନ ଥିବାର ଚାଷୀ ଅଭିଯୋଗ କରୁଛନ୍ତି। ଜିଲ୍ଲାରେ ଚାଷ ପାଇଁ ଏପ୍ରିଲମାସରେ ୧୬.୫୦ ମିଲିମିଟର ବର୍ଷା ଆବଶ୍ୟକତା ରହିଥିଲା ବେଳେ ବର୍ଷା ହୋଇନଥିବା ରେକର୍ଡ କରାଯାଇଛି। ସେହିପରି ମେ ମାସରେ ଚାଷ ପାଇଁ ୩୮.୪୦ ମିଲିମିଟର ବର୍ଷା ଆବଶ୍ୟକ ହେଉଥିବା ବେଳେ ୧୦୯.୬୭ ମିଲି ମିଟର ବର୍ଷା ହୋଇଥିଲା। ଜୁନ ମାସରେ ୨୩୩.୮୦ ବର୍ଷା ଆବଶ୍ୟକ ହେଉଥିବା ବେଳେ ୨୮୪.୭୩ ବର୍ଷା ହୋଇଛି। ଜୁଲାଇ ମାସରେ ୪୧୮.୫୦ ମିଲିମିଟର ବର୍ଷା ଆବଶ୍ୟକ ହେଉଥିବା ବେଳେ ୪୦୮.୪୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ବର୍ଷ ଜିଲ୍ଲାରେ ୫୯ ହଜାର ୪୬୦ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାର ଭୈାଗଳିକ ସ୍ଥିତିକୁ ଦେଖିଲେ ଜିଲ୍ଲାରେ ୩ଲକ୍ଷ ୫୮ ହଜାର ୨୯୨ ହେକ୍ଟର ଜମି ରହିଛି। ଅଧିକାଂଶ ଜମିରେ ପାହଡ ପର୍ବତ ଭରି ରହିଛି। ସେଥିମଧ୍ୟରୁ ୮୮ ହଜାର ୯୨୦ ହେକ୍ଟର ଚାଷ ଜମିରେ ଚାଷ କରାଯାଇଥାଏ। ୫୯ ହଜାର ୪୬୦ ହେକ୍ଟର ଚାଷ ଜମି ମଧ୍ୟରୁ ବୈାଦ୍ଧବ୍ଲକରେ ୩୨ ହଜାର ୫୪୬, ହରଭଙ୍ଗା ବ୍ଲକରେ ୨୫ ହଜାର ୨୯୭ ଓ କଣ୍ଟାମାଳ ବ୍ଲକରେ ୨୭ ହଜାର ୩୨୭ ହଜାର ହେକ୍ଟର ଚାଷ ଜମି ରହିଛି। ୨୦୧୧ ମସିହା ଜନଗଣନା ଅନୁଯାୟୀ , ଜିଲ୍ଲାରେ ନାମମାତ୍ର ଚାଷୀ ୪୭୨୫୯ ରହିଥିବା ବେଳେ ଛୋଟ ଚାଷୀ ୧୯୪୩୯ ଜଣ ଅଛନ୍ତି। ସେହିପରି ବଡ ଚାଷୀ ୯୨୨୪ ଜଣ ରହିଛନ୍ତି। ଜିଲ୍ଲାରେ ୨୪୦୪୮ ଜଣ କୃଷି ଶ୍ରମିକ ରହିଛନ୍ତି। ଉଠାଣିଆ ଜମି ୧୯ ହଜାର ୮୬୦ରହିଥିବା ବେଳେ ମଧ୍ୟମ ଜମି ୨୪୨୩୩ ହେକ୍ଟର ରହିଛି ଓ ଗଡାଣିଆ ଜମି ୧୫୩୪୬ ଜମି ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories