www.samajalive.in
Saturday, December 13, 2025
21.1 C
Bhubaneswar

ମଣ୍ଡଳ କୃଷକ ପରାମର୍ଶଦାତା ସମିତି ବୈଠକ

ବାଙ୍କୀ: କଟକ ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ସୌଜନ୍ୟତାରେ ବୁଧବାର ଡମପଡ଼ା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ମଣ୍ଡଳ କୃଷକ ପରାମର୍ଶଦାତା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡମପଡ଼ା ବ୍ଲକ ଆତ୍ମା ଅଧ୍ୟକ୍ଷ ସଞ୍ଜୟ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପଞ୍ଚାୟତର ସଦସ୍ୟମାନେ ଯୋଗଦେଇ କୃଷି ଓ କୃଷକର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସହକାରୀ କୃଷି ଅଧିକାରୀ ବିପି ରୋଜାଲିନ ଅତିଥି ପରିଚୟ ପ୍ରଦାନ କରିବା ସହିତ ସମିତି ବୈଠକରେ ଯୋଗଦାନ କରିଥିବା ସମସ୍ତ କୃଷି ସଦସ୍ୟ ଓ ପଦାଧିକାରୀମାନଙ୍କୁ ସ୍ୱାଗତ କରି ସମିତି ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଶସ୍ମିତା ଜେନା, ସହକାରୀ କୃଷି ଯନ୍ତ୍ରୀ ପ୍ରଶାନ୍ତି ସବର, ମିଶନ ଶକ୍ତି ବ୍ଲକ ସଞ୍ଜୋଜିକା ହରପ୍ରିୟା ସାହୁ, ଡମପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଅର୍ପିତା ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା, ସହକାରୀ ମତ୍ସ୍ୟ ଅଧିକାରୀ ଦେବୀଦତ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ ବିଭାଗର କାର୍ଯ୍ୟକାରୀ ଯୋଜନା ଏବଂ କୃଷକମାନେ ତାହାର ସୁଯୋଗ ନେବା ପାଇଁ ଆବଶ୍ୟକୀୟ ପରାମର୍ଶ ଓ ସହଯୋଗ ପ୍ରଦାନ କରିଥିଲେ। କୃଷି ସୂଚନା କେନ୍ଦ୍ରର ସହକାରୀ ବୈଷୟିକ ପରିଚାଳକ ଅମୀୟ ରଞ୍ଜନ ଦାସ, ବିଷ୍ଣୁପ୍ରିୟା ମିଶ୍ର, ଗ୍ରାମ୍ୟ କୃଷି କର୍ମଚାରୀ ରମିତା ଭୋଇ, ଦୀପକ ରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories