www.samajalive.in
Monday, December 8, 2025
13.1 C
Bhubaneswar

ଖାଦ୍ୟକୁ ସ୍ୱାଦିଷ୍ଟ ସହ ଜୀବନରେ ଅନେକ ସମସ୍ୟା ଦୂର କରେ ମସଲା

ରୋଷେଇ ଘରେ ବ୍ୟବହାର ହେଉଥିବା ବିିଭିନ୍ନ ମସଲା ଖାଦ୍ୟର ସ୍ୱାଦ ବଢାଇବା ସହ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ମସଲାର ବ୍ୟବହାର ଦ୍ୱାରା ଦୂର କରି ହେବ। ଜାଣନ୍ତୁ..
ଲୁଣ ବିନା ଖାଦ୍ୟ ସ୍ୱାଦହୀନ। ଜ୍ୟୋତିଷ ଶାସ୍ତ୍ରରେ ଲୁଣ ସୂର୍ଯ୍ୟ ଗ୍ରହଙ୍କ ସହ ଜଡିତ। ତେଣୁ ଜାତକରେ ଥିବା ଅନେକ ସମସ୍ୟାକୁ ଦୂର କରିବା ପାଇଁ,କରଜରୁ ମୁକ୍ତି ପାଇଁ ଲୁଣକୁ ଆଦୌ ନଷ୍ଟ କରନ୍ତୁ ନାହିଁ। ଲୁଣ ପାଣିରେ ଘର ପୋଛନ୍ତୁ।
ଜୀରା ରାହୁ-କେତୁଙ୍କ ସହ ଜଡିତ। ମଙ୍ଗଳବାର ଦିନ ଦହି ଓ ଜିରା ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହେବା ସହ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ।
ହଳଦୀ ବୃହସ୍ପତିଙ୍କ ସହ ଜଡିତ। ଜାତକରେ ବୃହସ୍ପତିଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଓ ଭାଗ୍ୟ ଚମକାଇବା ପାଇଁ, କାର୍ଯ୍ୟରେ ସଫଳତା ପାଇଁ ହଳଦୀ ସେବନ କରନ୍ତୁ।
ଲଙ୍କା ମଙ୍ଗଳ ଗ୍ରହଙ୍କ ସହ ଜଡିତ। ମଙ୍ଗଳଙ୍କ ଶୁଭଫଳ ପାଇଁ,ସାହାସୀ ହେବା ପାଇଁ, ଶତ୍ରୁ ନାଶ ପାଇଁ, ଜାତକରେ ଶୁଭଫଳ ପ୍ରାପ୍ତି ପାଇଁ ଲଙ୍କା ଦାନ କରନ୍ତୁ।
ଧନିଆ ବୁଧଗ୍ରହଙ୍କ ସହ ଜଡିତ। ଘରେ ଧନସମ୍ପତ୍ତି ବୃଦ୍ଧି ପାଇଁ ଧନିଆର ସେବନ ନିଶ୍ଚୟ କରନ୍ତୁ। ବୁଧଗ୍ରହଙ୍କ ଶୁଭଫଳ ଦ୍ୱାରା ଧନର ଆଗମନ ହୋଇଥାଏ। ଦରିଦ୍ରତା ଦୂର ହୋଇଥାଏ।

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories