www.samajalive.in
Monday, December 8, 2025
13.1 C
Bhubaneswar

ବାସ୍ତୁ ; ଏହି ଦିଗରେ ଲଗାନ୍ତୁ ନାହିଁ ତୁଳସୀ ବୃକ୍ଷ

ତୁଳସୀ ବୃକ୍ଷର ଧାର୍ମିକ ମହତ୍ତ୍ୱ ସହ ବାସ୍ତୁ ଅନୁଯାୟୀ ଅନେକ ଗୁରୁତ୍ୱ ମଧ୍ୟ ରହିଛି। ତୁଳସୀ ବୃକ୍ଷ ଘରର ଅଗଣାରେ ଓ ବଗିଚାରେ ଲଗାଇବା ଦ୍ୱାରା ଆଖପାଖ ଅଞ୍ଚଳ ମଧ୍ୟ ସକରାତ୍ମକ ଶକ୍ତି ଭରପୁର ହୋଇ ରହିଥାଏ। ଏହି ବୃକ୍ଷ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ମାତ୍ର ଏହାକୁ ଭୁଲ ଦିଗରେ ଲଗାଇବା ଦ୍ୱାରା ପରିବାରରେ ଓ ଜୀବନରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ଭୁଲ ଦିଗରେ ଏହାକୁ ଲଗାଇଲେ ଏହା ଶୁଖି ମଧ୍ୟ ଯାଇଥାଏ। ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଉଁ ଦିଗରେ ଏହାକୁ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ…
କୁହାଯାଏ ଘର ଭିତରେ ଭୁଲରେ ମଧ୍ୟ ତୁଳସୀ ବୃକ୍ଷ ଲଗାନ୍ତୁ ନାହିଁ। ଦକ୍ଷିଣ ଦିଗରେ ମଧ୍ୟ ଲଗାନ୍ତୁ ନାହିଁ। ଏହି ଦିଗରେ ଲଗାଇବା ଅଶୁଭ ବୋଲି କୁହାଯାଏ। ଏହି ଦିଗରେ ଲଗାଇଲେ ପ୍ରତିଦିନ ୪ମୁଖି ବିଶିଷ୍ଟ ଦୀପ ଲଗାଇବା ଆବଶ୍ୟକ। ଏହି ଦିଗରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ଦିଗରେ ଭୁଲରେ ମଧ୍ୟ ତୁଳସୀ ବୃକ୍ଷ ଲଗାନ୍ତୁ ନାହିଁ।
ବାସ୍ତୁର ନିୟମ ଅନୁଯାୟୀ ତୁଳସୀ ବୃକ୍ଷ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ। ଏହି ଦିଗ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ତେଣୁ ଏହି ଦିଗରେ ତୁଳସୀ ବୃକ୍ଷ ଲଗାଇବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ। ଏହି ଦିଗର ସମ୍ବନ୍ଧ ମା’ଲକ୍ଷ୍ମୀଙ୍କ ସହ ମଧ୍ୟ ଜଡିତ। ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ସବୁଠାରୁ ଉତ୍ତମ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏହି ଦିଗରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ଧନ ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ ଭଲପାଇବା ରହିଥାଏ।

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories