www.samajalive.in
Saturday, December 6, 2025
19.1 C
Bhubaneswar

ରେଙ୍ଗାଲିରେ କ୍ଲଷ୍ଟରସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସୋମବାର କ୍ଲଷ୍ଟରସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁଙ୍କ ସଂଯୋଜନାରେ ପରିଚାଳିତ ଶିବିରରେ ରେଙ୍ଗାଲି, ସାଳଡ, ନିସାନଭଙ୍ଗା ଏବଂ ଜଙ୍ଗଳା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୧୯ଟି ଅଭିଯୋଗର ସମାଧାନ କରାଯାଇଥିଲା। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଏବଂ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ଶିବିରରେ ୩୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ଦିଆଯାଇଥିଲା। ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ୯ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ବିଡିଓ ଶଙ୍କର ପ୍ରସାଦ ସାହୁ, ତହସିଲଦାର ବେର୍ସିଅସ୍‍ ଡୁଙ୍ଗ୍‍ଡୁଙ୍ଗ୍‍, ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ଆଶିଷ ମାଝି, ବନାଞ୍ଚଳ ଅଧିକାରୀ ପୃଥ୍ବୀରାଜ ସିଂ, ବିଦ୍ୟୁତ୍‍ ବିଭାଗ ଏସ୍‍.ଡି.ଇ ରାଜୁ ଶାହା, ବ୍ଲକ କୃଷିଅଧିକାରୀ ବ୍ୟୋମକେଶ ମିଶ୍ର, ବ୍ଲକ ଯୋଗାଣ ନିରୀକ୍ଷକ, ଗ୍ରାମ୍ୟ ଜଳ ଯୋଗଣ ବିଭାଗ ଯନ୍ତ୍ରୀ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ଆଦି ବିଭିନ୍ନ ବିଭାଗର ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories