ରେଙ୍ଗାଲି: ସମ୍ବଲପୁର ଜିଲାପାଳଙ୍କ ନିର୍ଦେଶକ୍ରମେ ଅଗଷ୍ଟ ମାସରେ ରେଙ୍ଗାଲି ବ୍ଲକର ୪ଟି ପଞ୍ଚାୟତରେ କ୍ଲଷ୍ଟର ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହେବ ବୋଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କରପ୍ରସାଦ ସାହୁ ସୂଚନା ଦେଇଛନ୍ତି। ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପାଇଁ ବ୍ଳକ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ହେବା ସହିତ ଶିବିରରେ ଉପସ୍ଥିତ ରହିବାକୁ ତହସିଲଦାର, ବ୍ଳକ ଶିକ୍ଷା ଅଧିକାରୀ, କୃଷି ଅଧିକାରୀ.ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ, ଉଦ୍ୟାନ ବିଭାଗ, ଯୋଗାଣ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଆଦି ବିଭିନ୍ନ ବିଭାଗର ସମସ୍ତ ବ୍ଳକ୍ ସ୍ତରୀୟ ଅଧିକାରୀ ମାନଙ୍କୁ ପତ୍ରମାଧ୍ୟମ ରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଡିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଆଜି ଅଗଷ୍ଟ ୧ତାରିଖ ଦିନ ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟରେ ରେଙ୍ଗାଲି, ସାଳଡ,ନିଶାନଭଙ୍ଗା ଏବଂ ଜଙ୍ଗଳା ଗ୍ରାମ ପଞ୍ଚାୟତ ପାଇଁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି।
ଅଗଷ୍ଟ ୮ତାରିଖ ଦିନ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତର ରାଜୀବ ୠାନ୍ଧୀ ସେବା କେନ୍ଦ୍ର ଠାରେ ଲଇଡା, କିନାଲୋଇ ଏବଂ କିନାଲୋଇ ଗ୍ରାମ ପଞ୍ଚାୟତ ପାଇଁ କ୍ଳଷ୍ଟର ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ୨୨ ତାରିଖ ଦିନ ଲପଙ୍ଗା ସ୍ଥିତ ରାଜିବ ଗାନ୍ଧି ସେବା କେନ୍ଦ୍ର ଠାରେ ଲପଙ୍ଗା,ବମାଲୋଇ,ଖିଣ୍ଡା,ଠେଲକୋଲୋଇ, ଏବଂ ଘିଚାମୁରା ଗ୍ରାମ ପଞ୍ଚାୟତ ପାଇଁ କ୍ଳଷ୍ଟର ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଠିକ୍ ସେହିପରି ୨୯ ତାରିଖ ଦିନ ଗୁମଲୋଇ ସ୍ଥିତ ବନବିଭାଗ ବିଶ୍ରାମ ଗୃହ ଠାରେ ଝାଙ୍କରପାଲି, କତରବଗା,ଟାମ୍ପରକେଲା ଏବଂ ତବଡାବାହାଲ ଗ୍ରାମ ପଞ୍ଚାୟତ ପାଇଁ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଡିଓଙ୍କ ଠାରୁ ପ୍ରାପ୍ତ ସୂଚନାରୁ ପ୍ରକାଶ। ଜନ ଅଭିଯୋଗ ଶୁଣାଣିକୁ ଅଧିକ ସରଳ ଏବଂ ସହଜ କରିବା ତଥା ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ସକାଶେ ଜିଲା ପ୍ରଶାସନ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରି ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରିବା କ୍ଳଷ୍ଟର ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରର ଅନ୍ୟତମ ଉଦ୍ଦେଶ୍ୟ ବୋଲି ବିଡିଓ ଶଙ୍କର ପ୍ରସାଦ ସାହୁ କହିଛନ୍ତି।



