www.samajalive.in
Sunday, December 14, 2025
26.1 C
Bhubaneswar

ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ

ପିପିଲି : ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ଅପରାହ୍ନ ୧ଟା ୩୦ ସମୟରେ ବଳଙ୍ଗା-ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିଥିଲେ । ତେବେ ପିଲାମାନେ ଖାଉଥିବା ଖାଦ୍ୟର ମାନ ପରୀକ୍ଷା କରିବାକୁ ସେହି ଖାଦ୍ୟ ଖାଇବାକୁ ମାଗିଥିଲେ ବିଧାୟକ । ସୋମବାର ମେନ୍ୟୁରେ ଭାତ ଓ ଡାଲମା ବିଧାୟକଙ୍କୁ ଖାଇବାକୁ ଦିଆଯାଇଥିଲା । କୁନି କୁନି ପିଲାଙ୍କ ମେଳରେ ତଳେ ବସି ମଧ୍ୟାହ୍ନ ଭୋଜନରେ ମିଳିଥିବା ଭାତ-ଡାଲମା ଖାଇଥିଲେ ବିଧାୟକ । ତେବେ ଖାଦ୍ୟର ମାନ ଉତ୍କୃଷ୍ଟ ଥିବାରୁ ରୋଷେୟାଙ୍କୁ ତାରିଫ କରିଥିଲେ । ଖାଇଥିବା ଅଇଁଣ୍ଠା ଷ୍ଟିଲ ଥାଳିକୁ ନିଜେ ଉଠାଇ ଧୋଇଥିଲେ । ପରେ ସ୍କୁଲର ସମସ୍ୟା କଣ ରହିଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ । ତେବେ ସ୍କୁଲକୁ ଖୁବଶୀଘ୍ର ବିଶୁଦ୍ଧ ପାଇପ ପାଣି ଯୋଗାଇବା ନେଇ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହ ବିଧାୟକ ଆଲୋଚନା କରିଥିବା ବେଳେ ପାଚେରୀ ନିର୍ମାଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ସେହିଭଳି ଯଶୁଆପୁର ପଞ୍ଚାୟତ ଉତ୍ତରାୟଣୀ ସ୍ମାର୍ଟ ହାଇସ୍କୁଲ ବୁଲି ଦେଖିଥିଲେ ବିଧାୟକ । ଅଧାପନ୍ତରିଆ କାର୍ଯ୍ୟ ତୁରନ୍ତ ସାରିବାକୁ ବିଧାୟକ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧାରିତ ସମୟସୀମା ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଦିନେ ଛାତ୍ରଛାତ୍ରୀ ଯେଭଳି ହଇରାଣ ନହେବେ ସେନେଇ ଧ୍ୟାନ ଦେବାକୁ କର୍ତ୍ତୁପକ୍ଷଙ୍କୁ କଡା ତାଗିଦ କରିଛନ୍ତି । ପିପିଲି ଡେଲାଙ୍ଗର ବିଭିନ୍ନ ସ୍କୁଲକୁ ଯାଇ ରୂପାନ୍ତରୀକରଣ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା ଜାରୀ ରହିବ ବୋଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories