www.samajalive.in
Saturday, December 13, 2025
26.1 C
Bhubaneswar

ପୌରାଞ୍ଚଳରେ ଜଳବନ୍ଦୀ ସମସ୍ୟା, ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ବଲାଙ୍ଗିର :ବଲାଙ୍ଗିର ନଗର କଂଗ୍ରେସ ପକ୍ଷରୁ ବଲାଙ୍ଗିର ପୌରପାଳିକାର ନିର୍ବାହୀ ଅଧିକାରୀ ସାମି ରେଡ୍ଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଦଳ ପୌର କାର୍ଯ୍ୟାଳୟକୁ ଯାଇ ପୌରାଞ୍ଚଳର ବିଭିନ୍ନ ସମସ୍ୟା ବାବଦରେ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ଅବ୍ୟବସ୍ଥିତ ନାଳ ନର୍ଦ୍ଦମା, ସଫେଇ କାର୍ଯ୍ୟର ଅବହେଳା, ନାଳ ଜବରଦଖଲ ଯୋଗୁଁ ବର୍ଷା ଦିନରେ ଜଳବନ୍ଦୀ ସମସ୍ୟାକୁ ନେଇ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିନିଧି ଅଜୟ ବାଲି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କେବଳ ଉପରୋକ୍ତ ସମସ୍ୟା ନୁହେଁ, ଏହା ସହ ଲାଇଟ କିଣା, ବ୍ଲିଚିଂ ପାଉଡର, ଫିନାଇଲ କିଣା ଦୁର୍ନୀତି ଯୋଗୁଁ ସାଧାରଣ ଜନତା ଏସବୁ ସୁବିଧା ପାଇ ପାରୁ ନାହାନ୍ତି। ତେଣୁ ଦୁର୍ନୀତିର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ପ୍ରତିନିଧି ଦଳରେ ସାମିଲ ଥିବା ଜିଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଜିଲା ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ଯୁବନେତା ଜୁଲୁ ପଟ୍ଟନାୟକ, ୧୧ନମ୍ବର ୱାର୍ଡର କାଉସିଲର ପ୍ରଦୀପ ମିଶ୍ର, ହିମାଂଶୁ ନାୟକ, ସବିତା ଶତପଥୀ, ଅମୁଲ୍ୟ ସେଠ ପ୍ରମୁଖ ଦାବି ଜଣାଇଥିଲେ। ସ୍ମାରକ ପତ୍ର ମାଧ୍ୟମ ପୌର କାର୍ଯନିର୍ବାହୀ ଅଧିକାରୀଙ୍କୁ ଅତିତରେ ମଧ୍ୟ ଦୁର୍ନୀତି ନେଇ ଅନେକ ଥର ଅଭିଯୋଗ ଜଣାଇଥିଲେ ମଧ୍ୟ ସରକାରୀ ଦଳର ନେତାଙ୍କ ଚାପ ଯୋଗୁଁ ତାର କୌଣସି ପ୍ରକାର ତଦନ୍ତ କି ଅନୁସନ୍ଧାନ କରାଯାଉ ନାହିଁ। ଗତ ୪ଟି ପୌର ପରିଷଦ ସରକାରୀ ଦଳର ଅଧିନରେ ଥିବାର ଏହାର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ମନଇଚ୍ଛା ଦୁର୍ନୀତିରେ ଲିପ୍ତ ହୋଇ ସାଧାରଣ କରଦାତାଙ୍କର କଷ୍ଟଲବ୍ଧ ଅର୍ଥର ବାଟମାରଣା କରୁଛନ୍ତି। ତେଣୁ ଏଥର ଯଦି ଦାବି କରାଯାଇଥିବା ସମସ୍ୟାର ସମାଧାନ କରା ନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ପୌର କାର୍ଯ୍ୟାଳୟକୁ ଘେରାଓ କରି ଅଚଳ କରିବ ବୋଲି ଉପସ୍ଥିତ ଥିବା କଂଗ୍ରେସ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories