www.samajalive.in
Thursday, December 11, 2025
13.1 C
Bhubaneswar

ଓଡିଶା ଡ୍ରାଇଭର ଏକତା ମହାମଞ୍ଚ ଗଠିତ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଠାରେ ଓଡିଶା ମୋଟର ଚାଳକ ସଂଘ, ଓଡିଶା ଡ୍ରାଇଭର ମହାସଂଘ ଓ ଅଲ ଓଡିଶା ପରିବହନ ଚାଳକ ସଂଘର ରାଜ୍ୟ ପଦାଧିକାରୀ ମାନଙ୍କ ସର୍ବ ସମ୍ମତି କ୍ରମେ ‘ଓଡିଶା ଡ୍ରାଇଭର ଏକତା ମହାମଞ୍ଚ’ ନାମରେ ଏକ ରାଜ୍ୟସ୍ତରୀୟ ସଙ୍ଗଠନ ଗଠନ ହୋଇଯାଇଛି । ଶୁକ୍ରବାର ଅପରାହ୍ଣରେ ଆୟୋଜିତ ସଙ୍ଗଠନ ମାନଙ୍କର ମିଳିତ ବୈଠକ ପରେ ମହାମଞ୍ଚ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଗୃହିତ କରାଯାଇଛି ।

ସାମାଜିକ ଗଣମାଧ୍ୟମରେ ଅନ୍ୟ ସଙ୍ଗଠନ ପ୍ରତି କୌଣସି ପ୍ରକାରର କଟୁ ମନ୍ତବ୍ୟ ପ୍ରଦାନ ନ କରିବା, ନିୟମ ଉଲ୍ଲଂଘନ କଲେ ସମାଧାନ ପାଇଁ ପଦାଧିକାରୀ ମାନେ ଉପଯୁକ୍ତ ପଦକ୍ଷେପ ନେବା, ଦାୟିତ୍ୱ ଗ୍ରହଣ କରିଥିବା ମହାମଞ୍ଚର ପଦାଧିକାରୀ ମାନେ ଓଡିଶାର ସମସ୍ତ ଡ୍ରାଇଭର ମାନଙ୍କୁ ଏକତ୍ର କରି ଗୋଟିଏ ଲକ୍ଷ୍ୟ ରଖି ଉନ୍ନତି ଓ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବେ, ଡ୍ରାଇଭର ମାନଙ୍କର ଅଧିକାର ଓ ସୁରକ୍ଷା ଦିଗରେ ସରକାରଙ୍କ ନିକଟରେ ଉପଯୁକ୍ତ ଦାବି ଉପସ୍ଥାପନ କରିବେ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି ।

- Advertisement -

ମହାମଞ୍ଚର ପଦାଧିକାରୀ ରୂପେ ଓଡିଶା ଡ୍ରାଇଭର ମହାସଂଘରୁ ପ୍ରଶାନ୍ତ ମେଣ୍ଡୁଲୀ, ଓଡିଶା ମୋଟର ଚାଳକ ସଂଘରୁ ପ୍ରଭାକର ମଲ୍ଲିକ ଏବଂ ଅଲ ଓଡିଶା ପରିବହନ ଚାଳକ ସଂଘରୁ ଦୀପକ କୁମାର ନାୟକଙ୍କୁ ନିଯୁକ୍ତ କରାଯାଇଛି । କାର୍ଯ୍ୟକ୍ରମରେ ଶ୍ରୀଧର ବେଲାଲ ସେନ, ଚୈତନ୍ୟ, ଘନଶ୍ୟାମ, ଆଦିତ୍ୟ ସୁମନ, ଜୟ ନାରାୟଣଙ୍କ ସମେତ ସବୁ ସଂଘର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories