www.samajalive.in
Sunday, December 14, 2025
26.1 C
Bhubaneswar

ସୁନାପୁର ବେଳାଭୂମିରେ ବିରଳ ଡ଼ଲଫିନର ମୃତ ଦେହ

ଚିକିଟି :  ବୁଲୁପ୍ତ ତାଲିକାରେ ସ୍ଥାନ ପାଇଥିବା ବିରଳ ପ୍ରଜାତିର “ବଟଲ ନୋଜ”ନାମକ ଡ଼ଲଫିନ ଆନ୍ଧ୍ର ପ୍ରଦେଶ ଓଡିଶା ସୀମାନ୍ତରେ ଥିବା ଗଞ୍ଜାମ ଜ଼ିଲ୍ଲା ସୁନାପୁର ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି। ଆଜି ସକାଳୁ ସମୁଦ୍ର ପଠାରେ ମୃତ ଅବସ୍ଥାରେ ପଡ଼ିଥିବା ଏହି ଡ଼ଲଫିନକୁ ପଚା ଶଢା ଅବସ୍ଥାରେ କିଛି ଯୁବକ ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଭିଏଏସଙ୍କ ଉପସ୍ଥିତି ରେ ମୃତ ଡ଼ଲଫିନର ଶବ ବ୍ୟବଚ୍ଛେଦ ହେବା ପରେ ଡ଼ଲଫିନଟିକୁ ସମୁଦ୍ର ପଠାରେ ପୋତି ଦିଆଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ପାଞ୍ଚଟା ବେଳେ ସୁନାପୁର ଉପକୂଳରେ ସୁନାପୁରର କିଛି ଯୁବକ ଦୌଡୁଥିବା ବେଳେ ମୃତ ଅବସ୍ଥାରେ ଏକ ବିରାଟକାୟ ଡ଼ଲଫିନ ସମୁଦ୍ର ପଠାରେ ଓଲଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଜଙ୍ଗଲ ବିଭାଗକୁ ଏ ସମ୍ପର୍କ ରେ ଖବର ଦିଆଯାଇଥିଲା। ଆଜି ଡିଏଫଓଙ୍କ ନିର୍ଦେଶ କ୍ରମେ ସେହି ମୃତ ଡଲଫିନର ଶବ ବ୍ୟବଚ୍ଛେଦ କରାଯାଇଛି। ଏହା କେଉଁ ପ୍ରଜାତିର ଡଲଫିନ ଜାଣିବା ପାଇଁ ମୃତଦେହର କିଛି ଅଂଶକୁ ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଯାଇଛି ବୋଲି ଜଙ୍ଗଲ ବିଭାଗ ସୂଚନା ଦେଇଛି।

ଜଙ୍ଗଲ ବିଭାଗ କହିବା ପ୍ରକାରେ ଉକ୍ତ ମୃତ ଡଲଫିନଟିର ଓଜନ ପ୍ରାୟ ଦୁଇ ଶହ କେଜିରୁ ଅଧିକ ହୋଇଥିବା ବେଳେ ଲମ୍ବ ପାଞ୍ଚ ଫୁଟ ଆଠ ଇଞ୍ଚ ଏବଂ ଗୋଲେଇ ଚାରି ଫୁଟ ପାଞ୍ଚ ଇଞ୍ଚ ବୋଲି କହିଛନ୍ତି। ଏହି ଡ଼ଲଫିନ ଟି “ବଟଲ ନୋଜ” ପ୍ରଜାତିର ମାଛ ବୋଲି ଅନୁମାନ କରାଯାଉଛି। ପରୀକ୍ଷା ପରେ ସବୁକିଛି ଜଣାପଡିବ ବୋଲି ଜଙ୍ଗଲ ବିଭାଗ କହିଛି। ଜଙ୍ଗଲ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ସୁନାପୁର, ଗୋପାଳପୁର ଆଦି ଇଲାକାରେ ଡ଼ଲଫିନ, ସାର୍କ ଭଳି ଅନେକ ବିରଳ ମାଛ ଦେଖାଯାଆନ୍ତି। ସେମାନଙ୍କ ସୁରକ୍ଷା ଏବଂ ତଥ୍ୟ ସଂଗ୍ରହ ପାଇଁ ବନ ବିଭାଗ ନିକଟରେ ସେଭଳି କିଛି ଖାସ ବ୍ୟବସ୍ଥା ନାହିଁ ବୋଲି ବନ ବିଭାଗ କହିଛି। ଅନ୍ୟପଟେ ସମୁଦ୍ରରେ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶାରୁ ଟ୍ରଲର ଯୋଗେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯିବା ବେଳେ ଟ୍ରଲରର ଫ୍ୟାନ ମାଡ଼ରେ ବିରଳ ସାମୁଦ୍ରିକ ଡ଼ଲଫିନ, ଶାର୍କ ଭଳି ଅନେକ ମାଛ ମୃତ୍ୟୁ ବରଣ କରିଥାନ୍ତି। କେତେକ ଖଣ୍ଡିଆ ଖବରା ହୋଇ ମଧ୍ୟ ବଞ୍ଚି ଯାଆନ୍ତି। ଗତ ୨୦୧୮ ଜୁଲାଇ ମାସରେ ଏକ ବିରଳ ହ୍ୱେଲ ସାର୍କ ସୁନାପୁର ସମୁଦ୍ର ପଠାରେ ପଡିଥିଲା। ତାହାର ଓଜନ ୪୦୦ କିଲୋଗ୍ରାମ ରହିଥିବା ବେଳେ ଲମ୍ବ ୯ ରୁ ୧୦ ଫୁଟ ରହିଥିଲା।। ସ୍ଥାନୀୟ ଯୁବକ ମାନେ ସାର୍କଟିର ଆଖି ଓ ଗାଲିସି କୁ ଦେଖି ଜୀବିତ ଥିବା ଜାଣି ସାର୍କଟିକୁ ଠେଲି ଠେଲି ସମୁଦ୍ର ଭିତରକୁ ଛାଡିଥିଲେ। ବର୍ତ୍ତମାନ ଗଞ୍ଜାମ ଜ଼ିଲ୍ଲା ସୁନାପୁର ଉପକୂଳକୁ ରାଜ୍ୟ ସରକାର ନିକଟରେ ବ୍ଲୁ ଫ୍ଲାଗ ମାନ୍ୟତା ଦେଇଥିବା ବେଳେ ଏହିପରି ମୃତ ଡ଼ଲଫିନର ଠାବକୁ ପର୍ଯ୍ୟଟକ ଏବଂ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି |

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories