www.samajalive.in
Saturday, December 13, 2025
26.1 C
Bhubaneswar

ଘର ପୋଡି ଦେଇ ହତ୍ୟା ଉଦ୍ୟମ ; ସ୍ୱାମୀ ,ସ୍ତ୍ରୀ ଗୁରୁତର

କଲମପୁର : କଲମପୁର ବ୍ଲକ ବଲାଗାଁ ଠାରେ ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜନୈକ ବ୍ୟକ୍ତି ନିଜ ପରିବାର ସହ ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁୁ କେହି ଦୁର୍ବୁତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଯାହାରି ଫଳରେ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହେଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ସୁଚନା ଅନୁସାରେ ବଲାଗାଁର ୫୦ ବର୍ଷିୟ ବରୁଣ ମାଝୀ ଓ ତାଙ୍କ ସ୍ତ୍ରୀ ଡାଳିମ୍ବ ଘରେ ଶୋଇ ଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୁତ ଝରକା ବାଟ ଦେଇ ପେଟ୍ରୋଲ ଢାଳି ଦେଇ ନିଆଁ ଲଗାଇ ଦେଇଥିଲା। ଯାହାରି ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହେଇଛନ୍ତି। ଏନେଇ ପଡୋଶୀ ଲୋକ ସୁଚନା ପାଇବା ପରେ ତୁରନ୍ତ ଏକ ଆମ୍ବୁଲେନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରରେ ଭର୍ତି କରଥିଲେ। ବର୍ତମାନ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧ ବରୁଣଙ୍କ ଶରୀରର ପ୍ରାୟ ୩୦ ପ୍ରତିଶତ ପୋଡି ଯାଇଥିବା ତାଙ୍କୁ ଜିିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଚିକିତ୍ସା ଦାଇତ୍ୱରେ ଥିବା ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି ସୁଚନା ଦେଇଛନ୍ତି। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ପୁଲିସ ଏହି ଘଟଣା ସମ୍ବନ୍ଧରେ ସୁଚନା ପାଇନଥିବା ସୁଚନା ଦେଇଛନ୍ତି ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ବିପିନ କୁଲଦୀପ ସାୱନ୍ତ ଅନ୍ୟପଟେ ଏହି ଘଟଣା ଘରୋଇ ବିବାଦ କାରଣରୁ ଝିଅ ଓ ଜ୍ୱାଇଁ ମଧ୍ୟରେ ମତାନ୍ତର ଯୋଗୁଁ ପ୍ରତିଶୋଧ ନେବା ପାଇଁ ସାନ ଜ୍ୱାଇଁ ଏଭଳି କାଣ୍ଡ ଘଟାଇଥିବା ଥିବା ବରୁଣ ଅଭିଯୋଗ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories