www.samajalive.in
Sunday, December 14, 2025
14.1 C
Bhubaneswar

ପଞ୍ଚାୟତିରାଜ ମାଧ୍ୟମରେ ପରିଚାଳିତ ହେବ ବିଦ୍ୟାଳୟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତlରେ ବିଦ୍ୟାଳୟ ଗୁଡ଼ିକର ପରିଚାଳନା ଓ ଦାୟିତ୍ଵ ଉପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ  ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ କୁମାର ଦାଶ ଏବଂ ଗ୍ରାମପଞ୍ଚାୟତ ଅଧିକାରୀ ଯୋଗିନାଥ ବେହେରା ମଞ୍ଚାସୀନ ଥିଲେ। ବ୍ଲକର ମୋଟ ୨୪ଟି ପଞ୍ଚାୟତକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଦୁଇଟି ପର୍ଯ୍ୟାୟରେ ଏହି ସଭା ହୋଇଥିଲା।

ବ୍ଲକର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ବ୍ଲକର ସମସ୍ତ ସରପଞ୍ଚଙ୍କୁ ନେଇ ଏହି ସଭା ହୋଇଥିଲା। ଏଥିରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ସମ୍ପତ୍ତି ସଂପୃକ୍ତ ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରାଯିବ। ଏହା ସହ ସରପଞ୍ଚମାନଙ୍କ ସହ ଚୁକ୍ତିନାମା ମଧ୍ୟ କରାଯିବ। ଉଚ୍ଚ ବିଦ୍ୟାଳୟଗୁଡ଼ିକର ସମସ୍ତ ସମ୍ପତ୍ତିକୁ ପଞ୍ଚାୟତ ସମିତିକୁ ହସ୍ତାନ୍ତର କରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରିବେ। ପ୍ରତ୍ୟେକ ପ୍ରକାର ବିଦ୍ୟାଳୟକୁ ତାଙ୍କ ପାଇଁ ପ୍ରଯୁଜ୍ୟ ଫର୍ମ ପଠାଯିବ। ଯାହାକୁ  ପ୍ରଧାନଶିକ୍ଷକମାନେ ପୁରଣ କରି  ଜୁଲାଇ ୩୧ ତାରିଖ ସୁଦ୍ଧା ଗୋଷ୍ଠୀ ଅଧିକାରୀଙ୍କ ନିକଟରେ ଦlଖଲ କରିବେ। ଏହା ବ୍ୟତୀତ ବିଦ୍ୟାଳୟଗୁଡିକରେ ରହିଥିବା ସମସ୍ୟା ଉପରେ ମଧ୍ୟ ଏଥିରେ ଆଲୋଚନା ହୋଇଥିଲା। ଏହି ସଭାକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ପରିଚାଳନା କରିଥିଲେ।

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories