www.samajalive.in
Wednesday, December 10, 2025
26.1 C
Bhubaneswar

ଗୁରୁବାର ରାଶିଫଳ ୨୮.୦୭.୨୦୨୨

ମେଷ: ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ କୃଷିକ୍ଷେତରୁ ଲାଭ ମିଳିବ। ଯାନବାହନ ସୁଖ ଅଛି। ଗୃହ ପରିବେଶ ଉତ୍ତମ ମାନର ହେବ। ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ଫଳ।
ବୃଷ: କୃତ୍ତିକା ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି, ସକଳ ଗୁଣର ଆଧାର ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସୁଖୀ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ରୋହିଣୀ ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।
ମିଥୁନ: ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତ୍ୟାଗଶୀଳ ଓ ମତିମାନ୍‌ ହେବେ। ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ।
କର୍କଟ: ପୁନର୍ବସୁ ଓ ଅଶ୍ଲେଷା ନକ୍ଷତ୍ରଜାତ ବ୍ୟକ୍ତି ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ରୋଜଗାର ଆଶାନୁରୂପ ହେବ। ଦାମ୍ପତ୍ୟ ଜୀବନ ସୁଖ ମିଳିବ। ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ ଫଳ।
ସିଂହ: ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଉତ୍ତମ ବ୍ୟବହାର କରି ପରକୁ ଆପଣାର କରିବେ। ସାଧନାରୁ ସୁଫଳ ପାଇବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ପୂର୍ବା ଫାଲ୍‌ଗୁନୀର ସାମାନ୍ୟ ଶୁଭ।
କନ୍ୟା: ଉତ୍ତରା ଫାଲଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆୟ ଆଶାନୁରୂପ ହେବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ମନ ପ୍ରସନ୍ନ ରହିବ। ହସ୍ତା ନକ୍ଷତ୍ରର ସାମାନ୍ୟ ଶୁଭ।
ତୁଳା: ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି କର୍ମ ତତ୍ପର ହେବେ। ସରକାରୀ ଧନ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମ ମାନର ହେବ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ସ୍ବାତୀ ନକ୍ଷତ୍ରର ସାମାନ୍ୟ ଶୁଭ।
ବିଛା: ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ପରୋପକାରୀ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ। ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ କାର୍ଯ୍ୟରେ ବିଘ୍ନ ଉପୁଜାଇବାକୁ କେହି ଉଦ୍ୟମ କରି ଶେଷରେ ବିଫଳ ହେବେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ।
ମକର: ଉତ୍ତରଷାଢ଼ା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଅବିବାହିତଙ୍କର ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।
କୁମ୍ଭ: ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ନିରାଶ ହେବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। କର୍ମଚଞ୍ଚଳ ରହିବେ। ନୀତିନିଷ୍ଠ ହେବେ। ଶତଭିଷା ନକ୍ଷତ୍ର ସଫଳ ହେବେ।
ମୀନ: ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ବିଦ୍ୟାଭ୍ୟାସୀ ହେବେ। ଉତ୍ତରାଭାଦ୍ର ନକ୍ଷତ୍ରର ସମଫଳ ପ୍ରାପ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories