www.samajalive.in
Wednesday, December 10, 2025
26.1 C
Bhubaneswar

ବିଜ୍ଞାନରେ ରାଣୀ ଏବଂ ବାଣିଜ୍ୟରେ ମନୋରମା ଶ୍ରେଷ୍ଠ ଛାତ୍ରୀ

ବଡ଼ମ୍ବା: ପ୍ରକାଶିତ +୨ ବିଜ୍ଞାନ ଏବଂ ବାଣିଜ୍ୟ ବାର୍ଷିକ ଫଳାଫଳ ବଡ଼ମ୍ବା ସଦର ମହକୁମାସ୍ଥିତ ମୋହନସୁବୁଦ୍ଧି କଲେଜରେ ଉତ୍ସାହଜନକ ହୋଇପାରିଛି। +୨ ବିଜ୍ଞାନରେ ଶତକଡ଼ା ୯୩ ଏବଂ ବାଣିଜ୍ୟରେ ଶତକଡ଼ା ୮୭ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇପାରିଛନ୍ତି। କଲେଜ ସୂତ୍ରରୁ ମିଳିଥିବା ସୂଚନାନୁଯାଇ +୨ ବିଜ୍ଞାନରେ ମହାବିଦ୍ୟାଳୟର ଛାତ୍ରୀ ଶଂଖାମେରୀ ଗ୍ରାମର ପବିତ୍ରମୋହନ ପଙ୍ଗାରୀଙ୍କ କନ୍ୟା ରାଣୀ ପଙ୍ଗାରୀ ସର୍ବାଧିକ ୫୪୦ନମ୍ବର ରଖି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଉକ୍ତ ବିଭାଗରେ ଛାତ୍ର ସତ୍ୟବାଦୀ ମହାନ୍ତି ୫୧୫ନମ୍ବର ରଖି ୨ୟ ଏବଂ ଛାତ୍ରୀ ସୋନାଲୀ ସ୍ୱର୍ଣ୍ଣଶିଖା ୫୦୮ ନମ୍ବର ରଖି ୩ୟ ସ୍ଥାନରେ ରହିଥିବା ଜଣାଯାଇଛି। ସେହିଭଳି +୨ ବାଣିଜ୍ୟରେ ଉକ୍ତ ମହାବିଦ୍ୟାଳୟର ଛାତ୍ରୀ ବ୍ଲକ ଅନ୍ତର୍ଗତ ଖଇରିପଙ୍ଗା ଗ୍ରାମର ମହେଶ୍ୱର ବେହେରାଙ୍କ କନ୍ୟା ମନୋରମା ବେହେରା ସର୍ବାଧିକ ୫୨୮ ନମ୍ବର ରଖି ଶ୍ରେଷ୍ଠ ବିଦ୍ୟାର୍ଥୀ ହୋଇପାରିଥିବା ପ୍ରକାଶ। ବିଭାଗୀୟ ଛାତ୍ରୀ ଯଶୋବନ୍ତି ଲେଙ୍କା ସମୁଦାୟ ୪୬୪ ନମ୍ବର ରଖି ୨ୟ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ଛାତ୍ରୀ ସ୍ୱୟଂଶ୍ରୀ ପଟ୍ଟନାୟକ ୪୫୭ ନମ୍ବର ରଖି ୩ୟ ସ୍ଥାନରେ ରହିଥିବା ଜଣାଯାଇଛି। ସୂଚନାନୁଯାଇ +୨ ବିଜ୍ଞାନରେ କଲେଜରୁ ପରୀକ୍ଷା ଦେଇଥିବା ୧୧୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୮ଜଣ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବା ପ୍ରକାଶ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୫ଜଣ,ଦ୍ୱିତୀୟ ଶ୍ରେଣୀରେ ୩୦ଜଣ ଏବଂ ତୃତୀୟ ଶ୍ରେଣୀରେ ୧୩ଜଣ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ସେହିଭଳି +୨ ବାଣିଜ୍ୟରେ ପରୀକ୍ଷା ଦେଇଥିବା ୮୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୧ଜଣ କୃତକାର୍ଯ୍ୟ ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୮ଜଣ ପ୍ରଥମ ଶ୍ରେଣୀରେ,୧୮ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୨୫ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇପାରିଥିବା ପ୍ରକାଶ। ଏହି ସଫଳତାକୁ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ. ସୁଚିସ୍ମିତା ମହାନ୍ତି ଏବଂ ଅଧ୍ୟାପନା ମଣ୍ଡଳୀ କୃତୀ ଛାତ୍ରଛାତ୍ରୀଙ୍କୁ ନିଜର ଶୁଭେଛା ଜ୍ଞାମ୍ପନ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories