www.samajalive.in
Wednesday, December 10, 2025
26.1 C
Bhubaneswar

ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ସମ୍ବଲପୁର ପୁଲିସର ପ୍ରୟାସ

ସମ୍ବଲପୁର: ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଦ୍ୱାରା ମାଁ ସମଲେଶ୍ୱରୀ ମନ୍ଦିରର ପୁନଃବିକାଶ କାର୍ଯ୍ୟକ୍ରମ ‘ସମଲେଇ’ ଯୋଜନା ହାତକୁ ନିଆଯାଇଛି। ତେବେ ଏହି ଯୋଜନାକୁ କାର୍ଯ୍ୟାନ୍ୱୟନ ସମୟରେ ବିସ୍ଥାପନ ଓ ଉପଯୁକ୍ତ ଥଇଥାନର ଦାବିକୁ ନେଇ ଆରମ୍ଭରୁ ବିବାଦ ଜାରି ରହିଛି। ସମଲେଇ ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ମନ୍ଦିର ସମ୍ମୁଖରେ ଥିବା ଘୁନଘୁଟିପଡ଼ା ବସ୍ତିକୁ ଉଚ୍ଛେଦ କରାଯାଉଥିବାରୁ ଏହାକୁ ନେଇ ତୀବ୍ର ବିରୋଧ ଜାରି ରହିଛି। ବାରମ୍ବାର ବିରୋଧ, ବିକ୍ଷୋଭ ପ୍ରଦର୍ଶନ ଓ ଦାବି ସତ୍ୱେ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ମିଳି ନ ଥିବାର ଅଭିଯୋଗ ପଡ଼ାବାସୀ କରି ଆସୁଛନ୍ତି। ଏହା ସତ୍ୱେ କୌଣସି ସୁଫଳ ମିଳି ନ ଥିବାରୁ ପଡ଼ାବାସୀ ରାଜଧାନୀ ଭୁବନେଶ୍ୱରକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଥିବାର ଜଣାପଡ଼ିଛି। ଏଣୁ ସମ୍ବଲପୁର ପୁଲିସ ପ୍ରଶାସନ କ୍ରିୟାଶୀଳ ହୋଇ ଘୁନଘୁଟୀପଡ଼ା ବାସୀଙ୍କୁ ଭୁବନେଶ୍ୱରକୁ ଯିବାକୁ ନ ଦେବା ପାଇଁ ବିଭିନ୍ନ ରେଳ ଷ୍ଟେସନ, ସରକାରୀ ଓ ବେସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ରାସ୍ତାରେ ସନ୍ଧ୍ୟା ସମୟରୁ ଜଗି ବସି ଚେକିଂ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏବେ ବିଧାନସଭା ଚାଲିଥିବାରୁ ଘୁନଘୁଟିପଡ଼ା ବାସିନ୍ଦା ଯେଭଳି ଭୁବନେଶ୍ୱରକୁ ଯାଇ ବିକ୍ଷୋଭ ପ୍ରଦର୍ଶନ ନ କରିବେ, ସେଥିପାଇଁ ସ୍ୱତନ୍ତ୍ର ରୂପେ ଯତ୍ନବାନ ରହିବାକୁ ନିର୍ଦ୍ଦେଶ ରହିଛି। ଏଣୁ ଆଜି ସନ୍ଧ୍ୟା ସମୟରୁ ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଗୁଡିକରେ ମାଳ ମାଳ ପୁଲିସ ସହିତ ଅଧିକାରୀ ମାନେ ବ୍ୟାପକ ଚେକିଂ କରୁଛନ୍ତି। ତେବେ ସମ୍ବଲପୁର ପୁଲିସର ଏଭଳି ହିଟଲରୀ କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଏହା ଗଣତନ୍ତ୍ରର କଣ୍ଠରୋଧ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories