www.samajalive.in
Sunday, December 14, 2025
26.1 C
Bhubaneswar

ଉଦ୍ଭିଦ ହିଁ ଜୀବନ ରକ୍ଷାକାରୀ ଔଷଧର ମୂଳପିଣ୍ଡ

ଆଠଗଡ :  ଗୋପବନ୍ଧୁ ବିଜ୍ଞାନ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଏକଦିବସୀୟ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଭୁବନେଶ୍ୱର ଭାରତୀୟ ଖଣିଜ ଧାତୁ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡଃ ନବୀନ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାହିଁ କେଉଁ ଆଦିମ କାଳରୁ ଏହି ଆଧୁନିକ ଯୁଗ ପର୍ଯ୍ୟନ୍ତ ପ୍ରତ୍ୟେକ ଜୀବନ ରକ୍ଷାକାରୀ ଔଷଧର ମୂଳପିଣ୍ଡ ଯେ, ଉଦ୍ଭିଦ ତାହା ପ୍ରମାଣ ସହ ଆଲୋଚନା କରିଥିଲେ। ଏଥି ସହିତ ମୁଖ୍ୟ ଅତିଥି ଡଃ ଧଳ ଛାତ୍ରଛାତ୍ରୀଙ୍କୁ ହରବାରିୟମ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଖଣିଜ ଓ ଧାତୁ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଷୟିକ ଅଧିକାରୀ ଡଃ ନିରୋଜ ରଞ୍ଜନ ରାଉତ ଓ ନହରକଣ୍ଟାସ୍ଥିତ ଜୟଦେବ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ ଆଶୀର୍ବାଦ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ଭିଦମାନଙ୍କର ଜୈବ ରସାୟନ ପ୍ରକ୍ରିୟା କିପରି ମାନବ ସମାଜକୁ ସୁରକ୍ଷା ଦେବ ଏବଂ କୋଭିଡ ମହାମାରୀରୁ ରକ୍ଷା କରିବ ସେ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । କର୍ମଶାଳାର ପରବର୍ତ୍ତୀ ବୈଷୟିକ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ କଲେଜ ପରିସରରେ ଥିବା ସମସ୍ତ ଉଦ୍ଭିଦକୁ ବୈଷୟିକ ପ୍ରଣାଳୀରେ ଚିହ୍ନଟ କରାଇବା ସହ ସେ ସବୁରୁ କିପରି ହରବାରିୟମ ପ୍ରସ୍ତୁତ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ। ଗୋପବନ୍ଧୁ ବିଜ୍ଞାନ କଲେଜ ଉଦ୍ଭିଦ ବିଭାଗର ମୁଖ୍ୟ ଅଧ୍ୟାପିକ ପ୍ରତିଭା ମହାନ୍ତି ସ୍ୱାଗତ ଭାଷଣ ଏବଂ ଅଧ୍ୟାପକ ଚିତ୍ତରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜର ଅଧ୍ୟାପକ ଦିଲ୍ଲୀପ କୁମାର ପଟ୍ଟନାୟକ, ପ୍ରଣବ କୁମାର ଦାସ, ପ୍ରାଧ୍ୟାପିକା ପ୍ରଭାତୀ କୁମାରୀ ଦେବୀ, ଅଧ୍ୟାପିକା ରୋଜାଲିନ ମହାନ୍ତି, ଡେମୋନଷ୍ଟେଟର ବିନୟ କୁମାର ଶତପଥୀ, ସଚ୍ଚିଦାନନ୍ଦ ଜେନା ଓ ରଞ୍ଜିତ କୁମାର ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକା ଡଃ ସସ୍ମିତା ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories