www.samajalive.in
Saturday, December 13, 2025
26.1 C
Bhubaneswar

ବରିଷ୍ଠ ସାମ୍ବାଦିକ ଗୋଲୋକ ସୁତାରଙ୍କ ସ୍ମୃତିଚାରଣ ସଭା ଓ ସମ୍ବର୍ଦ୍ଧନା ଉତ୍ସବ

କୁଆଁପାଳ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଂଚାୟତ ସାହାନିୟାଜପୁର ଗ୍ରାମ ତଥା ବରିଷ୍ଠ ସାମ୍ବାଦିକ ଗୋଲୋକ ସୁତାର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କ ବାସଭବନ ପରିସରରେ ଗୋଲୋକ ସୁତାର ସ୍ମୃତି ସଂସଦ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ତଥା କମିଟିର କାର୍ଯ୍ୟକାରୀ ସଭାପତି ଭକ୍ତଚରଣ ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ  ପ୍ରବାଚନ ତଥା ଶିକ୍ଷାବିତ ପଣ୍ଡିତ ହୃଷିକେଶ ରଥ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ଉମାକାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଡ଼ଃ ଏକାଦଶୀ ପ୍ରଧାନ, ଶିକ୍ଷାବିତ ବ୍ରଜସୁନ୍ଦର ନାୟକ, ଔପ ନାସିକା ବିଦୁଲତା ପ୍ରଧାନ, ସଂସଦର ସମ୍ପାଦକ ପ୍ରତାପ ଚନ୍ଦ୍ର ଶତପଥି, ସଂସଦର ସଭାପତି ବିବେକାନନ୍ଦ ପାଣି ,ସାମ୍ବାଦିକ ଶଶୀଭୂଷଣ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସୁତାର ଲେଖନୀ ଚାଳନା ଅତି ଉଚ୍ଚ କୋଟିର ଏବଂ ସେ ନିର୍ଭିକ ସମ୍ବାଦ ପରିବେଷଣ କରି ମାହାଙ୍ଗା ତଥା ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ବକ୍ତା ମାନେ ମତ ପୋଷଣ କରିଥିଲେ ।
ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କବି ଗୌତ୍ତମ ଚରଣ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ମାହାଙ୍ଗା ସମେତ ପଡୋଶୀ ବ୍ଲକର ସାମ୍ବାଦିକ ବଲ୍ଲବ ପଳେଇ ଶଶୀଭୂଷଣ ଷଡ଼ଙ୍ଗୀ, ଅଭୟ ଜେନା କରୁଣାକର କରଙ୍କୁ ଗୋଲୋକ ସୁତାର ସ୍ମୃତି ସମ୍ମାନରେ ସମ୍ମାନିତ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ମନୋଜ ଆଚାର୍ଯ୍ୟ, ଅଶୋକ ପ୍ରହରାଜ, ବିବେକାନନ୍ଦ ପାଣି, ବିଜୟ ଜେନା, ପ୍ରକାଶ ନାୟକ, ତାପସ ରଞ୍ଜନ ବିଶ୍ୱାଳ, କବି ପ୍ରଫୁଲ ସାହୂ,କବି ନରେନ୍ଦ୍ର ପରିଡା, ଧିରେନ୍ଦ୍ରନାଥ ସୁତାର ଅଶୋକ ଦାସ ,ବିଜୟ କୁଅଁର, ବିପିନ ବିହାରୀ ସ୍ୱାଇଁ ସମେତ ସମସ୍ତ ସଂସଦର କର୍ମକର୍ତା ମାନେ ଉପସ୍ଥିତରହି ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବି ରାଜକିଶୋର ମିଶ୍ର, ବେତାର କଣ୍ଠ ଶିଳ୍ପୀ ଅଜୟ ଜେନା, ସ୍ବର୍ଗତ ସୁତାରଙ୍କ ପୁତ୍ର ବିକ୍ରମ ସୁତାର , ମାନସ ସୁତାର ଦୀପ୍ତିରଞ୍ଜନ ସୁତାର, ସୃତିରଞ୍ଜନ ସୁତାର ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories