www.samajalive.in
Thursday, December 11, 2025
15.1 C
Bhubaneswar

ରୋଗ ଛଡ଼ାଇ ନେଇଛି ଶୈଶବ ମୁହଁରୁ ହସ

ହରଭଙ୍ଗା: ଶୈଶବ ଅବସ୍ଥା ମଣିଷର ସବୁଠାରୁ ହସଖୁସିର ସମୟ । ନିଷ୍ପାପ ଶିଶୁଟିଏ ଦୁନିଆର ମୋହମାୟା ଭଲମନ୍ଦରୁ ବହୁଦୂରରେ ରହି ତାର ଶୈଶବ ଜୀବନଟାକୁ ଖେଳକୁଦ କରି ହସଖୁସିରେ କାଟିଥାଏ । ଦୁନିଆକୁ ଜାଣିବା ପୂର୍ବରୁ ରୋଗାକ୍ରାନ୍ତ ଯୋଗୁଁ  ଅଷ୍ଟମ ଶ୍ରେଣୀରେ ପାଠପଢୁଥିବା ଜଣେ ସ୍କୁଲପଢା ପିଲା ବର୍ତ୍ତମାନ ଶଯ୍ୟାଶାୟୀ । ଶିଶୁଟିର ହାତ, ଗୋଡ ଚଳୁନଥିବାବେଳେ ଆଖିକୁ ଭଲଭାବରେ ଦିଶୁନାହିଁ । ଏଭଳି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଂଚାୟତର ଆଦିବାସୀ ବହୁଳ ଗାଁ ପାଟଦହଲୀରେ । ପ୍ରକାଶ ଯେ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୩କି.ମି ଦୂରରେ ରହିଛି ପାଟଦହଲୀ ଗାଁ ।

ଏହି ଗ୍ରାମରେ ରୁହନ୍ତି  ପ୍ରଶାନ୍ତ ଭୋଇଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ସୀତା, ୪ପୁଅ , ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର । ପ୍ରଶାନ୍ତଙ୍କ ଚତୁର୍ଥ ନମ୍ବର  ପୁଅ  ସୋନୁ ଭୋଇ (୧୩) ଗତ କିଛିଦିନ ହେଲା  ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ । ଅଷ୍ଟମ  ଶ୍ରେଣୀରେ ପାଠପଢୁଥିବା  ସୋନୁଙ୍କ ରୋଗାକ୍ରାନ୍ତ ଅବସ୍ଥା ଯୋଗୁଁ ପାଠପଢାରେ ଡୋରିଲାଗିଛି । ହାତ, ଗୋଡ, ଆଖି ସବୁ ଅଚଳ ଯୋଗୁଁ ଶୈଶବ ଅବସ୍ଥାରେ ସୋନୁ ଭିନ୍ନକ୍ଷମ ପାଲଟିଯାଇଛି । ଗୋଟିଏ ପଟେ ଏତେବଡ  ପରିବାର ବୋଝ ସାଙ୍ଗକୁ ଅନ୍ୟପଟେ  ସୋନୁର ଏପରି ଅବସ୍ଥାରେ  ପ୍ରଶାନ୍ତଙ୍କ ପରିବାର  ଭାଙ୍ଗିପଡିଛନ୍ତି ।

- Advertisement -

ଦିନମଜରୁୀ ସାଙ୍ଗକୁ ଖଲିପତ୍ର ସିଲେଇ ଗୁଜୁରାଣ ମେଂଟାଉଥିବା ସୋନୁଙ୍କ ଚିକିତ୍ସା ପାଇଁ ଧାର କରଜକରି ବୌଦ୍ଧ, ଫୁଲବାଣୀ, ପୁରୁଣାକଟକ, ଭଳି ଡାକ୍ତରଖାନା ନେଇଥିବା ମାଆ ସୀତା  କହିଛନ୍ତି । ସବୁ ପରେ ବି ପୁଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନାହିଁ । ଏଭଳି ଅବସ୍ଥାରେ ଦିନକାଟୁଥିବା ପ୍ରଶାନ୍ତ ଝାଟିମାଟି ଘରର ଛାଉଣି ଛପର ମଧ୍ୟ କରିପାରୁନାହଁନ୍ତି । ଆବାସ ଯୋଜନାରୁ ବଂଚିତ ହୋଇ ରହିଥିବା ଅତ୍ୟନ୍ତ ଗରିବ ପରିବାରକୁ ତୁରନ୍ତ ପକ୍କା ଘର ସହିତ ସୋନୁର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସମାଜସେବୀ ସୌମ୍ୟରଞ୍ଜନ ସାହୁ ନିବେଦନ କରିଛନ୍ତି । କୌଣସି ସହୃଦୟ ବ୍ୟକ୍ତି କିମ୍ବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋନୁଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ପରିବାର ତଥା ଗ୍ରାମବାସୀ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବା ସହ ଗରିବ ପରିବାରକୁ ସାହାଯ୍ୟ ଯୋଗାଇବାକୁ ଦାବି ହେଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories