www.samajalive.in
Thursday, December 11, 2025
15.1 C
Bhubaneswar

କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ; ଜଣେ ଗିରଫ

ବାଲେଶ୍ୱର: ରାଜ୍ୟରେ ଲମ୍ବୁଛି ଧଳାଜହର କରବାର । ବାଲେଶ୍ୱରରୁ ପୁଣି କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ ହୋଇଛି । ଅରଡ଼ବଜାର ନିକଟସ୍ଥ ଲେବଲ୍‌ କ୍ରସିଂ ନିକଟରୁ ଏହି ଧଳାଜହର ଜବତ ହୋଇଥିବା ବେଳେ ଏହାର ଓଜନ ୧କେଜି ୫୦ ଗ୍ରାମ୍‌ ଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଖାଲି ସେତିକି ନୁହେଁ ଘଟଣାରେ ବେପାରୀ ଶେଖ୍‌ ମେଞ୍ଜୁଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଶେଖ୍‌ ନିକଟରୁ ନଗଦ ୨୮ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ପୂର୍ବରୁ ବାଲେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରୁ ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଧଳାଜହର ଜବତ କରାଯାଇଛି । ହେଲେ ଏହି ଚେର କେତେବାଟ ଲମ୍ବିଛି ତାହାର ସୁରାକ ପାଉନାହିଁ ବିଭାଗ । ଯାହାଫଳରେ ବାରମ୍ବାର ବାଲେଶ୍ୱର ସମେତ ରାଜଧାନୀ ଭୁବନେଶ୍ୱର ଓ ବିଭିନ୍ନ ସ୍ଥାନରେ ଏହି କାରବାର ହେଉଥିବା ଦେଖିବାକୁ ମିଳୁଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories