www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ବି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ସୋନିଆ; ଗତକାଲି ୬ ଘଣ୍ଟା ହୋଇଥିଲେ ଜେରା

ନୂଆଦିଲ୍ଲୀ: ଆଜି ପୁଣି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ପତ୍ରିକା ସଂକ୍ରାନ୍ତ ବେଆଇନ ଅର୍ଥ ବାରବାର ଅଭିଯୋଗରେ ପୁଣି ଆଜି ସୋନିଆଙ୍କୁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ । ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦୀର୍ଘ ୬ଘଣ୍ଟା ଜେରା କରିଥିଲା । ପୂର୍ବାହ୍ଣ ୧୧ଟାରେ ସେ ଝିଅ ପ୍ରିୟଙ୍କା ଭଦ୍ରା ଓ ପୁଅ ରାହୁଲ ଗାନ୍ଧୀଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ପ୍ରିୟଙ୍କା ସୋନିଆଙ୍କ ସହ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ଅଲଗା କୋଠରିରେ ବସିଥିଲେ । ଅପରପକ୍ଷରେ ରାହୁଲ ସେଠାରୁ ଫେରି ଦଳୀୟ ବିକ୍ଷୋଭରେ ସାମିଲ ହୋଇଥିଲେ । ଜୁଲାଇ ୨୧ରେ ସୋନିଆଙ୍କୁ ଇଡି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦୁଇ ଘଣ୍ଟା ଜେରା କରିଥିଲା।  ଏହାକୁ କେନ୍ଦ୍ର କରି କଂଗ୍ରେସ ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂସଦ ଭବନ ପରିସରସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ଶୋଭାଯାତ୍ରା ବିଜୟ ଚୌକ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମିଲ ରାହୁଲ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତାମାନଙ୍କୁ ପୁଲିସ ଅଟକ ରଖିଥିଲା । ରାହୁଲ କିଛି ସମୟ ରାସ୍ତା ମଝିରେ ବସିରହିଥିଲେ ।

- Advertisement -

ପୁଲିସ ସହିତ କଂଗ୍ରେସ ନେତାମାନଙ୍କର ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ମୁହାଁମୁହିଁ ପରିସ୍ଥିତି ପରେ ପୁଲିସ ​‌ସେମାନଙ୍କୁ ଉଠାଇ ନେଇଥିଲା। ଯୁବ କଂଗ୍ରେସ ମୁଖ୍ୟ ବିଭି ଶ୍ରୀନିବାସଙ୍କୁ ପୁଲିସ ଆକ୍ରମଣ କରିଥିବାର ଫଟୋ ପ୍ରସାରିତ ହୋଇଛି। ସୋନିଆ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ପୁଲିସ ସେମାନଙ୍କୁ ଛାଡ଼ିଥିଲା। ରାହୁଲ ଏହି ଘଟଣାକୁ ତୀବ୍ର ସମାଲୋଚନା କରିବା ସହ ଦେଶରେ ସମ୍ପ୍ରତି ପୁଲିସ ରାଜ୍‌ ଚାଲିଥିବା ଅଭିଯୋଗ କରିଛନ୍ତି । ଏମିତି କି ସଂସଦରେ ଦର ବୃଦ୍ଧି ସମ୍ପର୍କରେ ସରକାର ଆଲୋଚନା କରାଇ ଦେଉ ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ‘ରାଜା’ ବୋଲି ରାହୁଲ ଆକ୍ଷେପ କରିଛନ୍ତି ।

କଂଗ୍ରେସ ନେତାଙ୍କ ପ୍ରତି ଶାରୀରିକ ଆକ୍ଷେପ କରିଥିବା କର୍ମଚାରୀଙ୍କ ବିାରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷରେ କଂଗ୍ରେସ କର୍ମୀମାନେ ଦେଶ ବ୍ୟାପୀ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ପୁଲିସ ବିକ୍ଷୋଭକାରୀ କର୍ମୀଙ୍କୁ ପ୍ରହାର କରିଥିବା ଅଭିଯୋଗ ହୋଇଛି। ଆଜି ଜେରା ପାଇଁ ସୋନିଆଙ୍କୁ ସମନ କରାଯାଇଥିବା ଜଣାପଡ଼ିଛି । କଂଗ୍ରେସ ପକ୍ଷରୁ ଏହାକୁ ନେଇ ମଧ୍ୟ ପ୍ରତିବାଦ ଜାରି ରହିଛି  ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories