www.samajalive.in
Monday, December 8, 2025
27.1 C
Bhubaneswar

ଦେଢ଼ ଡିଗ୍ରୀର ଆହ୍ବାନ

ସୋମବାର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃସରକାରୀ କମିଟି (ଆଇପିସିସି) ପକ୍ଷରୁ ବିଶ୍ବ ତାପମାତ୍ରା ବୃଦ୍ଧି (ଗ୍ଲୋବାଲ ୱାର୍ମିଙ୍ଗ୍) ସମ୍ବନ୍ଧୀୟ ଯେଉଁ ରିପୋର୍ଟଟି ପ୍ରକାଶ ପାଇଛି, ତାହା ଖୁବ୍ ଉଦ୍‌ବେଗଜନକ। ପ୍ରାୟ ୬ ହଜାର ବୈଜ୍ଞାନିକ ତଥ୍ୟର ଆକଳନ କରାଯାଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଯାହା କହୁଛି, ତାକୁ ଏଡ଼ାଇ ଦେବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା। ଆହୁରି ମଧ୍ୟ, ଏହା ଆମକୁ ବାର୍ତ୍ତା ଦେଇଛି ଯେ ପ୍ୟାରିସ୍ ଜଳବାୟୁ ଚୁକ୍ତିରେ ଯେଉଁ ଲକ୍ଷ୍ୟ ରହିଥିଲା, ତାହା ବର୍ତ୍ତମାନ ଅସାର ହୋଇପଡ଼ିଛି; ଅର୍ଥାତ ୨୦୩୦ ସୁଦ୍ଧା ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ତାହା ୧.୫ ଡିଗ୍ରୀ ସେଲ୍‌ସିୟସ୍ ଭିତରେ ସୀମିତ ରଖିବାକୁ ପଡ଼ିବ ବୋଲି ଚେତାଇ ଦେଇଛି। ଏହା ନିଶ୍ଚିତ ଭାବେ ଏକ ବଡ଼ ଆହ୍ବାନ। ଗତ ଦେଢଶହ ବର୍ଷ ମଧ୍ୟରେ ବିଶ୍ବରେ ୧ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇସାରିଥିବାବେଳେ ଖୁବ୍‌ଶୀଘ୍ର ଆହୁରି ୦.୫ ଡିଗ୍ରୀ ବଢ଼ିଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଯଦି ତାହା ହୁଏ, ତେବେ ପୃଥିବୀରେ ଅଭୂତପୂର୍ବ ପ୍ରାକୃତିକ ବିପର୍ଯ୍ୟୟମାନ ଦେଖାଦେବା ସୁନିଶ୍ଚିତ। ଫସଲ ନଷ୍ଟ ହେବା ସହ ଖାଦ୍ୟପଦାର୍ଥର ଅଭାବ, ବିଭିନ୍ନ ପ୍ରକାରର ନୂଆ ରୋଗବଇରାଗ ସୃଷ୍ଟି ତଥା ବଡ଼ ଧରଣର ବିସ୍ଥାପନ ବିଶ୍ବରେ ହାହାକାର ସୃଷ୍ଟି କରିପାରେ।
ରିପୋର୍ଟଟି ଭାରତ ପାଇଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ; କାରଣ ଏହି ତାପମାତ୍ରା ବୃଦ୍ଧିର ପ୍ରଭାବ ଭାରତ ଓ ପାକିସ୍ତାନ ଭଳି ଦେଶ ଉପରେ ସବୁଠୁ ବେଶି ପଡ଼ିବ। ଏହା ଅନୁସାରେ, କଲକାତା ଓ କରାଚୀ ଭଳି ନଗର ବେଶି ପ୍ରଭାବିତ ହେବ। ଦେଶର ପ୍ରମୁଖ ସହରଗୁଡ଼ିକର ବିଗତ ଶହେ ବର୍ଷର ରେକର୍ଡ କହୁଛି ଯେ ଏହି ସମୟ ମଧ୍ୟରେ ଚେନ୍ନଇରେ ହାରାହାରି ୦.୬ ଡିଗ୍ରୀ, ମୁମ୍ବଇରେ ୦.୭ ଡିଗ୍ରୀ, ଦିଲ୍ଲୀରେ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ବଢ଼ିଥିବାବେଳେ କଲକାତାରେ ୧.୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। ପରିତାପର ବିଷୟ ଯେ ଏ ପର୍ଯ୍ୟନ୍ତ ନା ବିଶ୍ବ ସ୍ତରରେ ନା ଜାତୀୟ ସ୍ତରରେ ଏହାକୁ ଗୁରୁତ୍ବର ସହ ଗ୍ରହଣ କରାଯାଉଛି। ପୋଲାଣ୍ଡରେ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଏହି ରିପୋର୍ଟ ତଥା ପ୍ୟାରିସ୍ ଚୁକ୍ତିର ସମୀକ୍ଷା କରାଯିବ। ଉଲ୍ଲେଖନୀୟ ଯେ ଆମେରିକା ପୂର୍ବରୁ ହିଁ ଏଥିରୁ ନିଜକୁ ଦୂରରେ ରଖିବାକୁ ଘୋଷଣା କରିଛି। ଅନ୍ୟ ପ୍ରମୁଖ ଦେଶ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଆହ୍ବାନଗୁଡ଼ିକୁ ସ୍ବୀକାର କରୁଥିଲେ ହେଁ କେହି ଏ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନେଉଥିବା ଦେଖାଯାଉନାହିଁ। ଭାରତକୁ ହିଁ ଏହା କରିବାକୁ ପଡ଼ିବ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନଙ୍କ ସହ ଏବର୍ଷର ‘ଚାମ୍ପିଅନ୍ସ ଅଫ୍ ଦି ଆର୍ଥ’ ପୁରସ୍କାର ପାଇଛନ୍ତି। ଅତଏବ ଭାରତର ଏ କ୍ଷେତ୍ରରେ ଦାୟିତ୍ବ ଅଧିକ ବଢ଼ିଯାଇଛି। ଆମେ ଆଶା କରିବା ଯେ ଆମର ନୀତିନିର୍ମାତା ନିଜର ଦାୟିତ୍ବକୁ ଠିକ୍‌ଭାବେ ତୁଲାଇବେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories