www.samajalive.in
Sunday, December 14, 2025
26.1 C
Bhubaneswar

ଦୋକାନକୁ ବୋମା ଫିଙ୍ଗିବା ଅଭିଯୋଗରେ ଜଣେ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ରେଲୱେ ବାଇପାସ୍‌ ଗଡ଼ା ନିକଟରେ ଥିବା ଏକ ଦେଶୀ ମଦ ଦୋକାନ ଉପରକୁ ବୋମା ଫିଙ୍ଗିଥିବା ଅଭିଯୋଗରେ ଜଣେ ଦୁର୍ବୃତ୍ତକୁ ପୁଲିସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ଜଣକ ଚୌଦ୍ୱାର ପୌରପାଳିକା କେଦାରେଶ୍ୱରର ଦୀପକ କୁମାର ରାଉତ(୩୫) ବୋଲି ଜଣାପଡ଼ିଛି । ପୁଲିସର ସୂଚନା ଅନୁଯାୟୀ ଉକ୍ତ ମଦ ଦୋକାନର ମାଲିକ ମାହାଙ୍ଗା ଥାନା ବରଅଠା ଗ୍ରାମର ସଞ୍ଜୟ ମହାପାତ୍ର ଏନେଇ ରବିବାର ଦିନ ଥାନାରେ ଅଭିଯୋଗ କରିଥିଲେ ।  ତାଙ୍କ ଦୋକାନରେ ପୂର୍ବରୁ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଦୀପକ ରାଉତ ରବିବାର ସଂଧ୍ୟାରେ ଏକ ବାଇକ୍‌ରେ ଆସି ଦୋକାନ କାଉଣ୍ଟର ଉପରକୁ ଏକ ଶକ୍ତିଶାଳୀ ବୋମା ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା  ।

ବୋମାଟି ଦୋକାନ ସମ୍ମୁଖରେ ପଡ଼ି ଫୁଟି ଯିବାରୁ କାଉଣ୍ଟରରେ  ବସିଥିବା ରାଜକିଶୋର ସାମଲ ଓ ନୃସିଂହ ବେହୁରା ନାମକ ଦୁଇଜଣ କର୍ମଚାରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ  । ଦୋକାନ ମାଲିକ ସଂଜୟ ଅଭିଯୋଗ କରିଛନ୍ତିଯେ  ଅଭିଯୁକ୍ତ ଦୀପକ ଗ୍ରାହକ ମାନଙ୍କୁ ଦୁର୍ବବହାର କରିବା, କାଉଣ୍ଟରରୁ ଟଙ୍କା ହଡ଼ପ କରିବା ଓ ବିଭିନ୍ନ ଅପରାଧୀକ କାର୍ଯ୍ୟ କରୁଥିବା ଜାଣିବା ପରେ  ସେ ଘଟଣା ଦିନ ଦୀପକକୁ କାର୍ଯ୍ୟରୁ ବାହାର କରି ଦେଇଥିଲେ । ଦୀପକକୁ  ଧରିବା ପାଇଁ  ପୁଲିସ ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାବାର ସକାଳେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି  । ଅଭିଯୁକ୍ତ ଦୀପକ ନାମରେ ପୂର୍ବରୁ ଚୌଦ୍ୱାର ଥାନାରେ ଚୋରି ,ଡକାୟତି, ଦାଦାଗିରି, ବିଷ୍ଫୋରକ ସାମଗ୍ରୀ ବ୍ୟବହାର ଆଦି ୭ଟି ମାମଲା ରହିଥିବା ଥାନା ସୁତ୍ରରୁ ପ୍ରକାଶ  ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories