www.samajalive.in
Saturday, December 13, 2025
26.1 C
Bhubaneswar

ବିନା ହେଲମେଟରେ ଚାଷ କାମ ପାଇଁ ବାଇକରେ ଯାଉଥିଲେ ଚାଷୀ, ଟ୍ରାଫିକ ପୁଲିସ ଆଦାୟ କଲା ୬ହଜାର ଟଙ୍କା ଜୋରିମାନା

ରେଙ୍ଗାଲି: ଟ୍ରାଫିକ୍ ଆଇନ୍ ଏବେ ବହୁତ କଠୋର ହୋଇଯାଇଛି। ବାଇକରେ ଗଲା ବେଳେ ହେଲମେଟ୍ ପିନ୍ଧିବା ଜରୁରୀ ନହେଲେ ଜୋରିମାନା ଦେବାକୁ ପଡୁଛି। ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେହୁରିପାଲି ଗ୍ରାମର ସୁବୋଧ କୁମାର ନାଏକ ନାମକ ଜନୈକ ଚାଷୀଙ୍କ ଦେହୁରିପାଲିରୁ ୨କିଲୋମିଟର ଦୂର ଦଲପାଳି ଗାଁରେ ଚାଷ ଜମି ରହିଛି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟ ରେ ସୁବୋଧ ହେଲମେଟ୍ ନପିନ୍ଧି ତାଙ୍କ ବାଇକରେ ଚାଷ କାମ ପାଇଁ କ୍ଷେତକୁ ଯାଉଥିଲେ। ଦଳପତପାଲି ଛକ ପାଖରେ ସମ୍ବଲପୁର ଟ୍ରାଫିକ୍ ଟିମ୍ ତାଙ୍କୁ ଅଟକାଇ ୬ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୁବୋଧ ଲୁଙ୍ଘି ଖଣ୍ଡେ ପିନ୍ଧି ବିନା ହେଲମେଟରେ ତାଙ୍କ ଗାଁରୁ ୨କିଲୋମିଟର ଦୂରତାରେ ଥିବା ଚାଷ ଜମିକୁ ଚାଷ କାମ ପାଇଁ ଯାଉଥିଲେ। ଦଳପତପାଲି ଛକରେ ଟ୍ରଫିକ୍ ପୁଳିସ ହାବୁଡରେ ପଡି ଯାଇଥିଲେ। ବାଇକର କାଗଜାତ ନଥିବା, ବିନା ହେଲମେଟରେ ବାଇକ୍ ଚଳାଇବା ଏବଂ ଲାଇସେନ୍ସ ନଥିବା କାରଣ ଦର୍ଶାଇ ସୁବୋଧଙ୍କୁ ୬ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରି ଏସଂକ୍ରାନ୍ତରେ ଏକ ସ୍ଲିପ୍ ଦିଆଯାଇଛି। ବିନା ଲାଇସେନ୍ସରେ ଗାଡି ଚାଳନା ପାଇଁ ୫ହଜାର ଏବଂ ବାଇକର କାଗଜାତ ନଥିବାରୁ ୧ହଜାର ଟଙ୍କା ଜୋରିମାନା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories