www.samajalive.in
Saturday, December 13, 2025
21.1 C
Bhubaneswar

ଲାଦେରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା

ରେଙ୍ଗାଲିକ୍ୟାମ୍ପ :  ଅତାବିରା ସ୍ଥିତ ଲାଦେରପାଲି  ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି । ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ  ଅଶ୍ଵିନୀ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ।  ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ  ଶିକ୍ଷା କେନ୍ଦ୍ରର ସଭାପତି ଶେଷଦେବ ପ୍ରଧାନ,  ଅଧ୍ୟକ୍ଷ ଟିକେଲାଲ ଚାନ୍ଦ, ଉପ ସଭାପତି  ଯତ୍ରିନ୍ଦ୍ର ପ୍ରଧାନ, ଗଣିତ  ବିଭାଗର ମୁଖ୍ୟ ବବୃବାହନ ମିଶ୍ର  ମଞ୍ଚାସୀନ ଥିଲେ । ଏହି ବିଜ୍ଞାନ ମେଳାରେ  ଉପ କନିଷ୍ଠ  ବିଭାଗରୁ ୧୧୬ ଟି, କନିଷ୍ଠ  ୧୬୦ଟି  ଓ ବରିଷ୍ଠ  ବିଭାଗରେ ୧୦୬ ଟି  ମୋଟ ୩୮୨ ଟି  ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।  ଜିଲ୍ଲାର ବିଭିନ୍ନ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାଜେନ୍ଦ୍ରରୁ ୧୮ ଜଣ   ବିଜ୍ଞାନ ଶିକ୍ଷକ  ଶିକ୍ଷୟିତ୍ରୀ ମାନେ ଆସି  ବିଚାରକ ଭାବରେ ଦାୟିତ୍ଵ ତୁଲାଇଥିଲେ । ପ୍ରତି ବିଭାଗରୁ ପ୍ରଥମ ୧୦ଟି ପ୍ରକଳ୍ପକୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମୋଟ ୩୦ଟି ପ୍ରକଳ୍ପକୁ ମନୋନୀତ  କରାଯାଇଛି । ଆସନ୍ତା ୨୭ ତାରିଖ ଦିନ  ଦ୍ଵିତୀୟ ପର୍ଯ୍ୟାୟରେ ଏହି  ୩୦ଟି ପ୍ରକଳ୍ପରୁ ପ୍ରତି ବିଭାଗ ପାଇଁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ  ପ୍ରକଳ୍ପକୁ  ବିଚାରକ ମାନଙ୍କ ଦ୍ଵାରା ଚୟନ କରାଯିବ ବୋଲି ସୂଚନା ରହିଛି  । ଏହି ବିଜ୍ଞାନ  ମେଳାକୁ   ଶିକ୍ଷାକେନ୍ଦ୍ରର  ଭାଇ  ରାମଚନ୍ଦ୍ର ପ୍ରଧାନ, ଆଦିତ୍ୟ ମିଶ୍ର, ଯୁଗଳ ସାହୁ, ସୁଦୀପ୍ ସାହୁ, ମାନସ  ଭୋଇ ଓ ଅପା ସୁଖଦା ମିଶ୍ର,  ସରିତା ପ୍ରଧାନ  ରଞ୍ଜୁଲତା ବାରିକ୍  ତଥା ସମସ୍ତ ଅପା ଭାଇ ସହଯୋଗ କରିଥିଲେ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories