ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଠାକରେ ଓ ସିନ୍ଦେଙ୍କୁ ଇସିଆଇଙ୍କ ନିର୍ଦେଶ

ମୁମ୍ବଇ : ଶିବସେନାକୁ ନିଜ ଅକ୍ତିଆରରେ ରଖିବା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ପୂର୍ବନତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ କ୍ଷମତା କନ୍ଦଳ ଜାରି ରହିଛି । ତେବେ ଉଭୟ ନେତା ‌ନେତା ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ସେମାନଙ୍କ ପ୍ରତି ଦଳର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କର ସମର୍ଥନ ଥିବା ସମ୍ବନ୍ଧରେ ଦଲିଲଗତ ପ୍ରମାଣ ଦାଖଲ କରିବାକୁ ଭାରତୀୟ ନିର୍ବାଚନ କମିଶନ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଠାକରେ ଗୋଷ୍ଠୀ ନିର୍ବାଚନ କମିଶନକୁ ଲେଖିଥିବା ଚିଠି ଓ ଏକନାଥ ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିଶନକୁ ଲେଖିଥିବା ଚିଠିକୁ କମିଶନ ଉଭୟ ଗୋଷ୍ଠୀଙ୍କ ପାଖକୁ ପଠାଇଛି । ଉଭୟ ଗୋଷ୍ଠୀ ଅଗଷ୍ଟ ୮ ତାରିଖ ସୁଦ୍ଧା ସେମାନଙ୍କର ଜବାବ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ କୁହାଯାଇଛି ।

kalyan agarbati

Comments are closed.