www.samajalive.in
Saturday, December 6, 2025
16.1 C
Bhubaneswar

ଝାରଖମଣ ସ୍କୁଲରେ ଅଭାବନୀୟ ଘଟଣା; ଗୀତ ଲେଖିନପାରିବାରୁ ଶିକ୍ଷକଙ୍କ ମାଡରେ ଚତୁର୍ଥ ଶ୍ରେଣୀ ଛାତ୍ର ଲହୁଲୁହାଣ ଅଭିଯୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଝାରଖମଣ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଆଉ ଏକ ଅଭାବନୀୟ ଚିତ୍ର ସାମନାକୁ ଆସିଛି । ଗୀତ ଲେଖିନପାରିବାରୁ ଜନୈକ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ପରମାନନ୍ଦ ସାହୁ ମାଡମାରି ଲହୁଲୁହାଣ କରିଥିବା ଜନୈକ ଛାତ୍ର ନିଜେ ଅଭିଯୋଗ କରିଛନ୍ତି । ଏ ନେଇ ଛାତ୍ରଜଣଙ୍କ ଘଟଣା ସର୍ମ୍ପକରେ ଘରେ ଜଣାଇବା ପରେ ଅଭିଭାବକ ହରଭଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ଟାଙ୍ଗରୁକୁମ୍ପା ଗ୍ରାମର ବୁଲୁବେହେରାଙ୍କ ପୁଅ ବିକାଶ ବେହେରା ଝାରଖମଣ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଛାତ୍ର ।

ସ୍କୁଲ ଶିକ୍ଷକ ପରମାନନ୍ଦ ସାହୁ ଗୋଟିଏ ଭଜନ ଲେଖିବା ପାଇଁ ଛାତ୍ରମାନଙ୍କୁ କହିଥିଲେ । ବିକାଶ ଗୀତ ଲେଖିନପାରିବାରୁ ସେଥିରେ ଶିକ୍ଷକ କ୍ରୋଧିତ ହୋଇ ଛାତ୍ରଙ୍କୁ ବାଡିରେ ମାଡମାରି ଲହୁଲୁହାଣ କରିଥିଲେ । ସ୍କୁଲ ଛୁଟି ପରେ ଛାତ୍ରଜଣଙ୍କ ଛୋଟେଇ ଛୋଟେଇ ଘରେ ପଂହଚିବା ଥିଲେ । ପିଲାଟିର ଅବସ୍ଥା ଦେଖି ପରିବାର ଲୋକେ ପଚରାଉଚରା ପରେ ବାପା ବୁଲୁ ପୁଅକୁ ନେଇ ହରଭଙ୍ଗା ଥାନାରେ ଶିକ୍ଷକ ନାଁରେ ଏତେଲା ଦେଇଥିବା ଜଣାପଡିଛି ।

- Advertisement -

ଦଣ୍ଡମୁକ୍ତ ଅଂଚଳରେ ଶିକ୍ଷକଙ୍କ ଏଭଳି ବର୍ବରତାକାଣ୍ଡକୁ ସମାଜସେବୀ ଅବକାଶ ସାହୁ ନାପସନ୍ଦ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ସର୍ମ୍ପକରେ ହରଭଙ୍ଗା ଥାନା ଆଇ.ଆଇ.ସି ପୁଷ୍ପାଞ୍ଜଳି ରାଉତରାୟଙ୍କୁ ପଚାରିବାରୁ ଏତଲା  ଉପରେ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories