www.samajalive.in
Wednesday, December 10, 2025
26.1 C
Bhubaneswar

ତିତ୍‍ଲି ମୁକାବିଲା : ଗଞ୍ଜାମର ୫ ବ୍ଲକରେ ୩ ଦିନିଆ ରେଡ୍‍ଆଲର୍ଟ

ବ୍ରହ୍ମପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇ ଗୋପାଳପୁର ଅଭିମୁଖେ ମାଡି଼ ଆସୁଥବାରୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ବିଏମ୍‍ସି ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲା ପ୍ରଶାସନର ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଘଣ୍ଟାକୁ ୮୦ରୁ ୯୦ କିମି ବେଗରେ ପବନ ବହିବା ମଧ୍ୟ ସମ୍ଭାବନା ରହିଛି। ବୁଧବାର ସୁଦ୍ଧା ତିତିଲି ଅଧିକ ଶକ୍ତିଶାଳୀ ହେବା ପୂର୍ବାନୁମାନ କରାଯାଇଛି। ଏଥିଯୋଗୁ ଜିଲାର ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ ଏବଂ ଚିକିଟି ବ୍ଲକ୍‍ରେ ୩ ଦିନ ପାଇଁ ରେଡଆଲର୍ଟ ଜାରି କରାଯାଇଥିବା ଜିଲାପାଳ ସୂଚନା ଦେଇଥିଲେ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହି ସବୁ ବ୍ଳକର ତହସିଲଦାର, ବିଡିଓ ଏବଂ ଓଡିଆର୍‍ଏଫ୍‍ ଟିମ୍‍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ସବୁ ସରକାରୀ କର୍ମଚାରୀ ହେଡକ୍ୱାର୍ଟରରେ ରହିବାକୁ କୁହାଯାଇଛି। ୧୦ ଓ ୧୧ ତାରିଖରେ ଅଧିକାରୀମାନେ ଅଧିକ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଉପକୂଳ ଅଞ୍ଚଳର ଗ୍ରାମର ଚାଳ ଘରଗୁଡ଼ିକରେ ବସବାସ କରୁଥିବା ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ସ୍ଥିର ହୋଇଛି। ମଙ୍ଗଳବାର ସନ୍ଧ୍ୟାରୁ ସ୍ଥାନାନ୍ତର ଆରମ୍ଭ ହୋଇଛି। ନିକଟସ୍ଥ ଆଶ୍ରୟସ୍ଥଳୀରେ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବା ସହିତ ସେମାନଙ୍କ ଖାଦ୍ୟପେୟ ଓ ଆଲୋକ ବ୍ୟବସ୍ଥା କରାଯିବ। ବାତ୍ୟା ମୁକାବିଲା ପାଇଁ ଜିଲାସ୍ତରରେ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଏମ୍‍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଉପସ୍ଥିତ ଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories