www.samajalive.in
Wednesday, December 10, 2025
14.1 C
Bhubaneswar

ଓଡ଼ିଶାର ଶ୍ରେୟା ପଟ୍ଟନାୟକ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୧୦୦% ନମ୍ବର ରଖି ଉତ୍ତୀର୍ଣ୍ଣ

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ଶ୍ରେୟା ପଟ୍ଟନାୟକ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖିଛନ୍ତି। ସେ ଏହି ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ହାସଲ କରିଛନ୍ତି । ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ଶ୍ରେୟା । ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ସେ ପ୍ରସ୍ତୁତ ହେବେ ବୋଲି କହିଛନ୍ତି । କୋଭିଡ୍‌ ସମୟରେ ଅନ୍‌ଲାଇନ୍‌ରେ ସେ ପାଠ ପଢାରେ ମନୋନିବେଶ କରିଥିଲେ । ପରେ ଅଫ୍‌ଲାଇନ୍‌ ପଢା ବେଳେ ସେ ବେଶ୍‌ ମନଧ୍ୟାନ ଦେଇ ପଢୁଥିଲେ ।

ଶ୍ରେୟାଙ୍କ ସଫଳତାରେ ତାଙ୍କର ପିତା ମାତା ବେଶ୍‌ ଖୁସୀ । ଦଶମ ଶ୍ରେଣୀ କ୍ୟାରିୟର ଆରମ୍ଭର ମୂଳଦୁଆ ହୋଇଥିବା ବେଳେ ଶ୍ରେୟା ଆହୁରି ପରିଶ୍ରମ କରି ରାଜ୍ୟର ନାମ ରଖନ୍ତୁ ବୋଲି ତାଙ୍କର ପିତାମାତା ଇଚ୍ଛା ପ୍ରକାଶ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories