www.samajalive.in
Monday, December 8, 2025
14.1 C
Bhubaneswar

ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ଅନୁଦାନ ସତ୍ୟାଗ୍ରହ

ଗଞ୍ଜାମ: ରାଜ୍ୟ ବେସରକାରୀ ଓ କର୍ମଚାରୀ ସଙ୍ଘ ଆହ୍ୱାନ କ୍ରମେ ଗଞ୍ଜାମ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟ ଫାଟକ ସମୁଖରେ ଦୁଇ ଘାଣ୍ଟ ଧରି ଅନୁଦାନ ସତ୍ୟାଗ୍ରହ ସ୍ୱରୂପ ପ୍ରତୀକାତ୍ମକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ପିଏମଜି ଭୁବନେଶ୍ୱର ଠାରେ ସଙ୍ଘ ପକ୍ଷରୁ ଅହରାତ୍ର ଧାରଣାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସରକାର କୌଣସି ପ୍ରତିଶୃତି ଦେଇ ନ ଥିବା ଜଣାପଡିଛି। ରାଜ୍ୟ ସଙ୍ଘର ଆହ୍ୱାନ କ୍ରମେ ଗଞ୍ଜାମ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ଏହି ଅବସରରେ ଗଞ୍ଜାମ ଜିଲ୍ଲା ସଂଯୋଜକ ଅଧ୍ୟାପକ ଗିରିଶ ଚନ୍ଦ୍ର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦୁଇ ଘଣ୍ଟିଆ ଆନ୍ଦୋଳନ ହୋଇଥିଲା। ଏଥିରେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସଭାପତି ବିଶ୍ୱରଂଜନ ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

୨୦୦୮ରୁ ପରିଚାଳନା କମିଟି ତରଫରୁ ନିଯୁକ୍ତି ପାଇଥିବା ସମସ୍ତ ମହାବିଦ୍ୟାଳୟ ଅଧ୍ୟାପକ କର୍ମଚାରୀମାନଙ୍କୁ ଅନୁଦାନ ଦେବା ଲାଗି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ଉଦେଶ୍ୟରେ ଏହି ସତ୍ୟାଗ୍ରହ ଚାଲୁ ରହିଥିବା ରାଜ୍ୟ ସଙ୍ଘ ସଭାପତି କହିଛନ୍ତି।ରାଜ୍ୟ ସରକାର ଯଦି ଦାବୀ ନ ଶୁଣନ୍ତି ତାହେଲେ ସମସ୍ତ ମହାବିଦ୍ୟାଳୟରେ ଏହି ସତ୍ୟାଗ୍ରହ ଆନ୍ଦୋଳନ ଚାଲିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଏହି ଆନ୍ଦୋଳନରେ ଗଞ୍ଜାମ କଲେଜର ଅଜୟ କୁମାର ବାରିକି, ସୁଶାନ୍ତ କୁମାର ଆଚାରୀ, ରଘୁନାଥ ରେଡି, ଆଦିତ୍ୟ ମହାପାତ୍ର, ପ୍ରବୀର ପାଢ଼ୀ, ସ୍ଵାଗତିକା ପ୍ରଧାନ, ନମିତା ସାହୁ, ଚକ୍ରପାଣି ରେଡ଼ି, ଡ଼ି ମହେଶ୍ୱର, ରମେଶ ବେହେରା, ଶିବରାମ ବେହେରା, ଅଜିତ ନାୟକ, ମଧୁସୂଦନ ମହାପାତ୍ର, କୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories