www.samajalive.in
Saturday, December 13, 2025
26.1 C
Bhubaneswar

ରାଜସ୍ଥାନରେ ୨୨ଜଣଙ୍କୁ ଜିକା,ମୋଦୀ ମାଗିଲେ ରିପୋର୍ଟ

ଜୟପୁର: ରାଜସ୍ଥାନରେ ଅଦ୍ୟାବଧି ୨୨ଜଣ ରୋଗୀଙ୍କ ଶରୀରରେ ଜିକା ଭାଇରସ ଚିହ୍ନଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସେଠାରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟୋଲ କେନ୍ଦ୍ର ସ୍ଥାପନ କରାଯାଇଛି। ସ୍ୱତନ୍ତ୍ର ଟିମ ରାଜସ୍ଥାନ ପ୍ରେରଣ କରାଯାଇଛି। ଭାଇରସର ନମୁନାକୁ ପୁନେ ସ୍ଥିତ ଲ୍ୟାବକୁ ପ୍ରେରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିପୋର୍ଟ ତଲବ କରିଛନ୍ତି। ବିହାରରେ ମଧ୍ୟ ଜିକା ଭାଇରସକୁ ନେଇ ଆଲର୍ଟ ଜାରି ହୋଇଛି।
ମୁଖ୍ୟତଃ ପ୍ରଭାବିତ ଅଞ୍ଚଳର ଗର୍ଭବତୀଙ୍କୁ ଯଞ୍ଚ କରାଯାଉଛି। ମନ୍ତ୍ରଣାଳୟର ସୂଚନା ମୁତାବକ ଜିକା ଭାଇରସ ପ୍ରଭାବିତ ଅଞ୍ଚଳରେ ଯଞ୍ଚ ପାଇଁ ଅତିରିକ୍ତ କିଟ୍‍ ପ୍ରଦାନ କରାଯାଇଛି। ପରିଚାଳନା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି।
ବିହାରରେ ମଧ୍ୟ ଜିକା ଭାଇରସକୁ ନେଇ ଆତଙ୍କ ଦେଖା ଦେଇଛି। ଜୟପୁରରେ ଜିକା ସଂକ୍ରମଣର ଶିକାର ଜନୈକ ଛାତ୍ରଙ୍କ ଘର ବିହାର ସିୱାନ ଅଞ୍ଚଳରେ ହୋଇଥିବାରୁ ସେମାନଙ୍କୁ ମଧ୍ୟ ଯଞ୍ଚ ପରିସରକୁ ନିଆଯାଇ ନମୁନା ସଂଗ୍ରହ କରାଯାଇଛି। ପୂର୍ବରୁ ମଧ୍ୟ ଶାସ୍ତ୍ରୀନଗର ୮୫ବର୍ଷିୟା ମହିଳାଙ୍କ ଶରୀରରେ ଜିକା ଭାଇସର ଠାବ କରାଯାଇ ଥିଲା। ୧୯୪୭ରେ ଉଗାଣ୍ଡାରେ ସର୍ବପ୍ରଥମେ ଜିକା ଭଇରସ ଚିହ୍ନଟ ହୋଇଥିଲା। ୨୦୧୭ରେ ଅହମଦାବାଦରେ ୩ଜଣଙ୍କ ଶରୀରେ ଜିକା ଭାଇସର ଥିବା ଜଣା ପଡ଼ିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories