www.samajalive.in
Sunday, December 14, 2025
26.1 C
Bhubaneswar

ଗୋପବନ୍ଧୁ ଜ୍ୟୋତିକୁ ଭବ୍ୟ ସ୍ୱାଗତ

କଟକ: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆଜିଠାରୁ ‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମା କରିବ। ଏହି ଅବସରରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ପୁରୀ ଜିଲା ସୁଆଣ୍ଡୋରୁ ପବିତ୍ର ଜ୍ୟୋତି କଟକ ’ସମାଜ’ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲା। ସେଠାରେ ‘ସମାଜ’ ପରିବାର ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଜ୍ୟୋତିକୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ଜ୍ୟୋତି ନିକଟରେ ଲୋକସେବକ ମଣ୍ଡଳର ସଭାପତି ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଆଚାର୍ଯ୍ୟ, ରାଜେନ୍ଦ୍ର ଜେନା, ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ, ମୁଖ୍ୟ ପରିଚାଳକ(କାର୍ଯ୍ୟକାରୀ) ପ୍ରିୟବ୍ରତ ମହାନ୍ତି, ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି, ‘ସମାଜ’ ପୋର୍ଟାଲ୍‍ ମୁଖ୍ୟ ମହେଶ ଶର୍ମା, ଓଡ଼ିଶା ବ୍ୟୁରୋ ସମରେନ୍ଦୁ ଦାସ ପ୍ରମୁଖଙ୍କ ସମେତ ‘ସମାଜ’ ପରିବାରର ସଦସ୍ୟ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

- Advertisement -

ଗୋପବନ୍ଧୁ ଜ୍ୟୋତି ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ଦୀପକ ମାଲବ୍ୟ

ଗୋପବନ୍ଧୁ ଜ୍ୟୋତି ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ଭୀମସେନ ଯାଦବ

ଗୋପବନ୍ଧୁ ଜ୍ୟୋତି ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ବାମାପଦ ତ୍ରିପାଠୀ

ଗୋପବନ୍ଧୁ ଜ୍ୟୋତି ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ପ୍ରିୟବ୍ରତ ମହାନ୍ତି

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories