www.samajalive.in
Thursday, December 11, 2025
13.1 C
Bhubaneswar

ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ ହେଲେ ସ୍ଥାୟୀ କମିଟି ଅଧ୍ୟକ୍ଷ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ୩୮ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ କଟକ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ ତଥା ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କଟକ ଜିଲ୍ଲା ପରିଷଦର ସ୍ଥାୟୀ କମିଟିର ପୁର୍ନଗଠନ ପ୍ରକ୍ରୀୟାରେ ଶ୍ରୀ ସାହୁ ମନୋନୀତ ହୋଇଛନ୍ତି । କୃଷି, ମତ୍ସ୍ୟ, ପଶୁ ସମ୍ପଦ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି ଓ ଜଳ ବିଭାଜିକା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବା ହେତୁ ବାଙ୍କୀ-ଡମପଡା ବ୍ଲକର ବିଜୁ ଜନତା ଦଳର ବରିଷ୍ଠ କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଆଗାମୀ ୨ବର୍ଷ ପର୍ଯ୍ୟନ୍ତ ଉକ୍ତ କମିଟି ଦାୟିତ୍ୱରେ ରହିବ । କମିଟିରେ ୫ଜଣ ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟଙ୍କ ସମେତ ୨ଜଣ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିଙ୍କୁ ମନୋନୀତ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ବିଜୁ ଜନତା ଦଳର ଶ୍ରୀ ସାହୁ ଜଣେ ବରିଷ୍ଠ ନେତା ଭାବରେ ପରିଚିତ ।

ରାଜ୍ୟ ବିଜୁ ଜନତା ଦଳର ବିଭିନ୍ନ ସାଙ୍ଗଠନିକ ପଦପଦବୀ ଦାୟିତ୍ୱରେ ରହି କାର୍ଯ୍ୟ କରୁଛନ୍ତି । ବାଙ୍କୀ-ଡମପଡା ବ୍ଲକର ୩୮ନଂ ଜୋନରୁ ଜିଲ୍ଲାପରିଷଦ ପ୍ରାର୍ଥି ଭାବରେ ନିର୍ବାଚିତ ହେଲାପରେ ଜଣେ ଦକ୍ଷ ସଙ୍ଗଠକ ଭାବରେ ଡମପଡା ଓ ବାଙ୍କୀ ଅଞ୍ଚଳରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କର ଏଭଳି ନିଯୁକ୍ତିକୁ ବାଙ୍କୀର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଜଣାପଡିଛି । ଆଗାମୀ ଦିନରେ ନିଜ ଦାୟିତ୍ୱକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମତ ପ୍ରକାଶ ପାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories