ଖରିଫ ଚାଷ ସମୟରେ କୃଷି ଗ୍ରାମସେବକ ତାଲିମ କାହା ସ୍ୱାର୍ଥରେ !

ଖର୍ଚ୍ଚ ହେଉଛି କୋଟି କୋଟି, ଲାଭ ହେଉଛି ଶୂନ, ତାଲିମ ନାଁରେ ସରକାରୀ ଅର୍ଥ ବାଟମାରଣା ମସୁଧା

ଡେସ୍କ : କୃଷି ହେଉଛି ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ। ସ୍ୱାଧିନତା ପୂର୍ବରୁ ଅର୍ଥାତ୍ ୧୯୪୫ ମସିହାରେ କୃଷି ବିଭାଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟଭାବେ ନାମିତ ହୋଇଥିଲା। କୃଷି ବିଭାଗର ଦୁଇଟି ମୁଖ୍ୟ ଅଙ୍ଗ ହେଉଛି ମୃତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ବିଭାଗ। ଏହି ତିନୋଟି ବିଭାଗ ବର୍ତମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ସାମିଲ ହୋଇ ରହିଛି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ। ୬୨ ପ୍ରତିଶ୍ରତ ଲୋକ ଚାଷରୁ ଜୀବିକା ନିର୍ବାହ କରନ୍ତି। ଚାଷ ବିନା ଖାଦ୍ୟ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶ ଅପରିହାର୍ଯ୍ୟ। ଓଡିଶା ଭଳି କୃଷି ପ୍ରଧାନ ରାଜ୍ୟରେ ଗତ ୨୦ ବର୍ଷ ମଧ୍ୟରେ ଚାଷୀଙ୍କ ଆର୍ଥିକ ବିକାଶ ଅଗ୍ରଗତି ଅତ୍ୟନ୍ତ ନିମ୍ନଗାମୀ । ଏହାର ମୂଳ କାରଣ ହେଉଛି ବାତ୍ୟା,ବନ୍ୟା,ଏବଂ ମରୁଡି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଭୟ ଚାଷ ଓ ଚାଷୀ କ୍ଷତି ସହୁଥିବା ଏକ ରିପୋର୍ଟରୁ ଜଣାପଡିଛି। ଅନ୍ୟପଟେ ୨୦୧୯ରେ କରୋନା ମହାମାରୀ ଯୋଗୁଁ ଚାଷୀଙ୍କ ଆର୍ଥୀକ ମେରୁଦଣ୍ଡ ଦୋହଲି ଯାଇଛି। ବର୍ତମାନ ବିଭାଗ ପକ୍ଷରୁ ଉଭୟ କୃଷି ଏବଂ କୃଷକ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷକରି ସବୁ ପଂଚାୟତରେ ଚାଷୀ ପଞିକରଣ ଠାରୁ ଆରମ୍ଭକରି ମୃତିକା ସ୍ୱାସ୍ଥ୍ୟକାର୍ଡ ଜରିଆରେ ଜୈବିକ ଚାଷ ପଦ୍ଧତିରେ କିଭଳି ଉନ୍ନତମାନର ଚାଷ କରିହେବ ସେ ନେଇ କୃଷି ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି।

prayash

କୃଷି ବିଭାଗ ସହିତ ଜଡିତ ଥିବା କୃଷି ଗ୍ରାମସେବକମାନଙ୍କୁ ଉନ୍ନତମାନର ତାଲିମ ଦେବାର ଆବଶ୍ୟକତା ମଧ୍ୟ ରହିଛି। ଆଧୁନିକ ଚାଷ ପ୍ରଣାଳୀ ବିଷୟରେ କିଭଳି ଚାଷୀଭାଇଙ୍କୁ ସରଳ ଭାବେ ବୁଝାଇ ଏହାକୁ ଚାଷ କାର୍ଯ୍ୟରେ ଚାଷୀ ଲଗାଇପାରିବ ସେ ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱଦେବା ଜରୁରୀ ରହିଛି। ମାତ୍ର ପୁରୁଣା ଶୈଳୀରେ ଗତ ଜୁନ୍ ୨୦ରୁ ବର୍ତମାନ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାର ପାଖାପାଖୀ ୬ଶହ କୃଷି ଗ୍ରାମସେବକଙ୍କୁ ଏକ ୬ମାସିଆ ପ୍ରଶିକ୍ଷଣ ଶିବିର ଅନଲାଇନରେ ଆରମ୍ଭ ହୋଇଛି। ଖରିଫ ଭଳି  ଧାନ ଚାଷର ପ୍ରକୃଷ୍ଟ ସମୟରେ ହଠାତ୍ କୃଷି ଗ୍ରାମସେବକଙ୍କ ତାଲିମ ଆରମ୍ଭ ହେବାରୁ ଚାଷୀ ମହଲରେ ନାପସନ୍ଦ କରାଯାଇଛି। ଯାହାଦ୍ୱାରା ଚଳିତବର୍ଷ ଧାନଚାଷ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ବିଭାଗୀୟ ପଦୋନ୍ନତି ପାଇଁ କୃଷି ଗ୍ରାମସେବକଙ୍କ ଏକବର୍ଷ ତାଲିମ ପ୍ରମାଣପତ୍ରର ଆବଶ୍ୟକତା ରହିଛି। ମାତ୍ର ୧୩ବର୍ଷ ପରେ ବହୁ ବିଳମ୍ବରେ ଗ୍ରାମସେବଙ୍କ ପ୍ରଶିକ୍ଷଣ ଆରମ୍ଭ ହେବା ପଛରେ ଏକ ମନ୍ଦ ଉଦେଶ୍ୟ ଥିବା ଲକ୍ଷ୍ୟ କରାଯାଉଛି। ଖାଲି ସେତିକି ନୁହେଁ ଯଦି ସେମାନଙ୍କ ପଦୋନ୍ନତି ପାଇଁ ତାଲିମ ବାଧ୍ୟତାମୂଳକ ତାହାହେଲେ ପଦୋନ୍ନତି ପାଇ ସାରିଥିବା ଗ୍ରାମସେବକଙ୍କୁ ତାଲିମରେ ସାମିଲ କରାଯିବା ପଛରେ କଣ ରହସ୍ୟ ରହିଛି ? ତାଲିମରେ କୌଣସି ନୂତନତ୍ୱ ନଥିବା ଜଣାପଡିଛି। ପୂରୁଣା ଢାଂଚାରେ ମୃତିକା ବିଜ୍ଞାନ, ଆଗ୍ରୋନୋମୀ, ଅର୍ଥନୀତି ଏବଂ ସମ୍ପ୍ରସାରଣ ବିଷୟବସ୍ତୁ ଇତ୍ୟାଦି ଉପରେ ପ୍ରଶିକ୍ଷଣର ପୁନରାବୃତି କରାଯାଇ ସରକାରଙ୍କ କୋଟି କୋଟି ଟଙ୍କା ଅଯଥାରେ ଶ୍ରାଦ୍ଧ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ବୁଝାପଡୁଛି। ରାଜ୍ୟ ସରକାରଙ୍କ କୃଷି ବିଭାଗକୁ ଅନ୍ଧାରରେ ରଖି କିଛି ଅସାଧୁକର୍ମଚାରୀ ଏବଂ ପ୍ରଶିକ୍ଷଣ ପରାମର୍ଶଦାତାଙ୍କ କୁତ୍ସିତ ମସ୍ତିଷ୍କରେ ଏଭଳି ତାଲିମ କାର୍ଯ୍ୟକ୍ରମ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଅଯଥାରେ ବ୍ୟୟ ହେଉଥିବାବେଳେ ଏହାତାର ମୂଳ ଲକ୍ଷ୍ୟରେ ପଂହଚିବା ମଧ୍ୟ ବ୍ୟତିକ୍ରମ ଦେଖାଦେଇଛି।

ଅନ୍ୟପଟେ କୃଷି ବିଭାଗ ସହିତ ଜଡିତ ଅନ୍ୟ ଦୁଇ ବିଭାଗ ମୃତିକା ସଂରକ୍ଷଣ ଏବଂ ଉଦ୍ୟାନ କୃଷି ବିଭାଗରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଏଭଳି ତାଲିମ ପ୍ରାବଧାନ ନଥିବାବେଳେ କେବଳ କୃଷି ବିଭାଗର ଗ୍ରାମସେବକଙ୍କୁ ତାଲିମ ନେବା ପାଇଁ ବାଧ୍ୟ କରାଯାଉଛି। ତାଲିମ ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ଚାଷୀଙ୍କ ସ୍ୱାର୍ଥ ଉଦେଶ୍ୟରେ ବ୍ୟୟ କରାଯାଉଥିବା ବେଳେ ତାହା ଚାଷୀଙ୍କ ଫାଇଦାରେ ଆସିପାରୁନାହିଁ। କେବଳ ତାଲିମ ନାଁରେ ଫାଇଦା ଉଠାଉଥିବା କିଛି ଅସାଧୁ କର୍ମଚାରୀଙ୍କ ପକେଟ ଗରମ ହେଉଛି। ଏହି ବିଷୟରେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ବିଚାର ବିମର୍ଷ କରିବାର ସମୟ ଆସିଛି। ଚାଷ ସମୟରେ ତାଲିମକୁ ବନ୍ଦ କରାଯିବା ସହିତ କୃଷି କାର୍ଯ୍ୟରେ ବର୍ତ୍ତମାନର ଆବଶ୍ୟକତାକୁ ଭିତିକରି ଗ୍ରାମସେବଙ୍କୁ ଆଧୁନିକ ଶୈଳୀରେ ତାଲିମ ପ୍ରଦାନ କଲେ ହୁଏତ୍ ଏହାର ଫାଇଦା ଉଭୟ ଚାଷ ଓ ଚାଷୀଙ୍କ ପାଖରେ ପଂହଚିପାରନ୍ତା ବୋଲି ଚାଷୀ ମହଲରୁ ମତପ୍ରକାଶ ପାଉଛି। ଏ ଦିଗରେ ବିଭାଗୀୟ ମୁଖ୍ୟ, ସଚିବ ଏବଂ କୃଷି ନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ଉଠୁଛି । ସୂଚନା ଥାଉ ଯେ ବର୍ତ୍ତମାନ ରାଜ୍ୟର ବଲାଙ୍ଗୀର, ରଙ୍ଗେଇଲୁଣ୍ଡା ଏବଂ ଢେଙ୍କାନାଳ ଭଳି ସ୍ଥାନରେ ତିନୋଟି ଆଂଚଳିକ କୃଷି ସମ୍ପ୍ରସାରଣ ତାଲିମ କେନ୍ଦ୍ର ରହିଛି। ଏହି ତାଲିମ କେନ୍ଦ୍ରଗୁଡିକ ଜରୀଆରେ ବର୍ତମାନ ପ୍ରତିକେନ୍ଦ୍ରରେ ୨ଶହ ଲେଖାଏଁ କୃଷି ଗ୍ରାମସେବକଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଉଛି। ପରବର୍ତ୍ତୀ ସମୟରେ ଅଫଲାଇନ ମାଧ୍ୟମରେ ତାଲିମ ପ୍ରଦାନ ପାଇଁ ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ତାଲିମ ଦେଉଥିବା ବିଷୟବସ୍ତୁ ସଂଜଯୋକଙ୍କ ମନମାନୀରେ ତାଲିମ ପ୍ରଦାନ କରାଯାଉଥିବା ମଧ୍ୟ ଗ୍ରାମସେବକମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଲାଭଖୋର ଆଶାରଖି ପରୀକ୍ଷାରେ ଫେଲ କରାଇଦେବାକୁ ଭୟ ଦେଖାଯାଉଥିବା ଅନେକ କୃଷି ଗ୍ରାମସେବକ ମଧ୍ୟ ଅଭିଯୋଗ ଉଠାଉଛନ୍ତି। ଏଭଳି ଦୁର୍ନୀତିଖୋର ମନୋବୃତି ରଖି ତାଲିମ ପ୍ରଦାନକରୁଥିବା ବିଷୟବସ୍ତୁ ସଂଜଯୋକଙ୍କୁ ତାଲିମରୁ ହଟାଇବା ପାଇଁ ମଧ୍ୟ ଦାବୀ ହେଉଛି। କୃଷି ଗ୍ରାମସେବକ ତାଲିମରେ ଚାଲିଥିବା ଏଭଳି ଅନିୟମିତତା ବିରୁଦ୍ଧରେ ତୁରନ୍ତ ବିଭାଗୀୟ ସଚିବ, ନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ, କୃଷି ଗ୍ରାମସେବକ ମହଲରୁ ଦାବୀ ହେଉଛି।

kalyan agarbati

Comments are closed.